ପୋଲସରା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ । ଗୁରୁବାର ରାତି ପ୍ରାୟ ୯ଟା ବେଳେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଦୀର୍ଘଦିନ ଧରି ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ରାଜନୀତିରେ ଶୋକରଛାୟା ଖେଳିଯାଇଛି । ୧୯୭୯ରେ ରାଜନୀତିରେ ପ୍ରବେଶ କରିଥିଲେ […]
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୋଲସରାର ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପରଲୋକ । ଗୁରୁବାର ରାତି ପ୍ରାୟ ୯ଟା ବେଳେ ତାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଦୀର୍ଘଦିନ ଧରି ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତାଙ୍କ ଦେହାନ୍ତ ଖବର ପ୍ରକାଶ ପାଇବା ପରେ ଓଡ଼ିଶା ରାଜନୀତିରେ ଶୋକରଛାୟା ଖେଳିଯାଇଛି ।
୧୯୭୯ରେ ରାଜନୀତିରେ ପ୍ରବେଶ କରିଥିଲେ ନିରଞ୍ଜନ । ୧୯୮୦ରେ ଘୋଡ଼ାପଲାଣରୁ ସରପଞ୍ଚ ଭାବେ ଲଢି ବିଜୟୀ ହୋଇଥିଲେ । ଏହାପରେ ୧୯୯୦ରୁ ୧୯୯୩ ମଧ୍ୟରେ ସେ ପୋଲସରା ବ୍ଲକ ଅଧ୍ୟକ୍ଷ ରହିଥିଲେ । ୧୯୯୫ ରେ କୋଦାଳ ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀ ଲଢି ପରାଜିତ ହୋଇଥିଲେ । ୨୦୦୪ ଏବଂ ୨୦୦୯ରେ ଦୁଇ ଥର ବିଜେଡିରୁ ଟିକେଟରୁ ସେ ବିଧାୟକ ହୋଇଥିଲେ । ତେବେ ୨୦୧୯ରେ ସେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଆଜି ବିଧାନସଭା ଯିବ ନିରଞ୍ଜନଙ୍କ ମରଶରୀର । ସେଠାରେ ଦଳର ସମସ୍ତ ନେତା ଓ ମନ୍ତ୍ରୀ ତାଙ୍କର ଶେଷଦର୍ଶନ କରିବେ । ସେଠାରୁ ତାଙ୍କ ପାର୍ଥିବ ଶରୀର ଗଞ୍ଜାମ ପୋଲସରାକୁ ନିଆଯିବ ଏହାପରେ ନିଜ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ହେବ ବୋଲି ତାଙ୍କ ପୁଅ ଦୀପକ ପ୍ରଧାନସୂଚନା ଦେଇଛନ୍ତି ।




