ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ଜଳେଶ୍ୱର : ଜଳେଶ୍ୱର ର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ । ମୃତ୍ୟୃ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ତାଙ୍କର ପରଲୋକ ଘଟିିଛ। ତାଙ୍କ ବିୟୋଗରେ ସମଗ୍ର ଉତ୍ତର ବାଲେଶ୍ବରରେ ଶୋକର ଛାୟା ଖେଳି ଯାଇଛି । ଜଳେଶ୍ବରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ ଜୟନାରାୟଣ । ସେ ୧୯୯୫ ଓ ୨୦୦୦ ମସିହାରେ […]

Samaya Live Picture
Published On

ଜଳେଶ୍ୱର : ଜଳେଶ୍ୱର ର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ । ମୃତ୍ୟୃ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଭୁବନେଶ୍ୱରର ଏମ୍ସ ହସ୍ପିଟାଲରେ ତାଙ୍କର ପରଲୋକ ଘଟିିଛ। ତାଙ୍କ ବିୟୋଗରେ ସମଗ୍ର ଉତ୍ତର ବାଲେଶ୍ବରରେ ଶୋକର ଛାୟା ଖେଳି ଯାଇଛି ।

ଜଳେଶ୍ବରରୁ କ୍ରମାଗତ ୨ ଥର କଂଗ୍ରେସ ବିଧାୟକ ଥିଲେ ଜୟନାରାୟଣ । ସେ ୧୯୯୫ ଓ ୨୦୦୦ ମସିହାରେ ଜଳେଶ୍ୱର ବିଧାନସଭାରୁ ବିଧାୟକ ହୋଇଥିଲେ। ପରବର୍ତ୍ତୀ ସମୟରେ ୨୦୧୯ରେ ସେ ବିଜେପିରେ ସାମିଲ ହୋଇଥିଲେ। ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ସେ ବିଜେପରୁ ପ୍ରାର୍ଥୀ ହୋଇଥିଲେ।

Tags: