ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ବିୟୋଗ
କଣ୍ଟାବାଞ୍ଜି : ପରଲୋକରେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ଆୟୁବ ଖାନ । ତାଙ୍କ ଅକାଳ ବିୟୋଗରେ କଣ୍ଟାବାଞ୍ଜି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ ଆଜି ନିଜ କଣ୍ଟାବାଞ୍ଜି ସ୍ଥିତ ବାସଭବନ ଠାରେ ସକାଳ ୮.୩୦ରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତେବେ ଅନେକ ଦିନ ହେଲା ସେ ଅସୁସ୍ଥ ଥିବା ସୂଚନା ରହିଛି । ବିଜେଡି ସରକାର ସମୟରେ ସେ ଦୁଇ ଥର ବିଧାୟକ ରହି ସାରିଛନ୍ତି । କଣ୍ଟାବାଞ୍ଜିବାସୀଙ୍କ ପାଇଁ ତାଙ୍କର ଅନେକ ଅବଦାନ ରହିଛି । ସମସ୍ତେ ତାଙ୍କ ବିୟୋଗରେ ମର୍ମାହତ ହେବାସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ।
Tags:




