ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ

ଢେଙ୍କାନାଳ : କଂଗ୍ରେସର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ନବୀନ। ତାଙ୍କ ସହିତ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ, ଓଡାପଡା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ଢେଙ୍କାନାଳ ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ,ସଦର ବ୍ଲକ କଂଗ୍ରେସ ସଭାପତି ଅଖିଳ ମୋହନ ଖୁଣ୍ଟିଆ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏମାନେ ସମସ୍ତେ ଦଳର ପ୍ରାଥମିକ […]

Samaya Live Picture
Published On

ଢେଙ୍କାନାଳ : କଂଗ୍ରେସର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଦଳରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ନବୀନ। ତାଙ୍କ ସହିତ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ, ଓଡାପଡା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ଢେଙ୍କାନାଳ ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ,ସଦର ବ୍ଲକ କଂଗ୍ରେସ ସଭାପତି ଅଖିଳ ମୋହନ ଖୁଣ୍ଟିଆ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏମାନେ ସମସ୍ତେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛଠନ୍ତି।

ଦଳରେ ସେମାନଙ୍କୁ ଅଣଦେଖା କରାଯାଉଥିବା ତଥା ରାଜ୍ୟ PCC ସଭାପତିଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରିଛି ବୋଲି ସେ କହିଛନ୍ତି। ଯଦିଓ ରାଜନୀତିରୁ ସନ୍ନ୍ୟାସ ନେବେ ନାହିଁ ତଥାପି ଅନ୍ୟ ଦଳରେ ମିଶିବାର କୌଣସି ଯୋଜନା ଏଯାଏଁ ନଥିବା କହିଛନ୍ତି ନବୀନ ଦାସ।

ସୂଚନାନୁସାରେ, ୧୯୬୭ ମସିହାରୁ ସେ ରାଜନୀତିରେ ପାଦ ଥାପିଥିଲେ ନବୀନ ଚନ୍ଦ୍ର । ସେ ୧୯୯୦ ରୁ ୯୫ ଯାଏଁ କଂଗ୍ରେସ ଦଳର ଢେଙ୍କାନାଳ ସଦର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ I ସେହି ସମୟରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ,ବାଣିଜ୍ୟ ଓ ପରିବହନ ଓ ପରେ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ I ସେହିପରି ପୂର୍ବରୁ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଥିବା ସରୋଜ ପଟ୍ଟନାୟକଙ୍କୁ ପରିବର୍ତ୍ତନ କରାଯାଇ ତାଙ୍କ ସ୍ଥାନରେ ଗତ କିଛି ଦିନ ହେବ ନୂଆ ଡ଼ିସିସି ସଭାପତି ଭାବରେ ସୁନୀଲ ଦାସଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି I

Tags: