ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାୟକଙ୍କ ପରଲୋକ
ବାରିପଦା : ପୂର୍ବତନ ମନ୍ତ୍ରୀ ଶ୍ରୀ ଗୋଲକ ବିହାରୀ ନାୟକଙ୍କ ପରଲୋକ । ବୁଧବାର ବାରିପଦାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଖବର ଅନୁଯାୟୀ, ଗୋଲକ ବିହାରୀ ନାୟକ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରମନ୍ତ୍ରୀ ଭାବେ ଯୋଜନ ସମନ୍ୱୟ ଓ ପେନସନ୍ […]
ବାରିପଦା : ପୂର୍ବତନ ମନ୍ତ୍ରୀ ଶ୍ରୀ ଗୋଲକ ବିହାରୀ ନାୟକଙ୍କ ପରଲୋକ । ବୁଧବାର ବାରିପଦାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ।
ଖବର ଅନୁଯାୟୀ, ଗୋଲକ ବିହାରୀ ନାୟକ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରମନ୍ତ୍ରୀ ଭାବେ ଯୋଜନ ସମନ୍ୱୟ ଓ ପେନସନ୍ ମନ୍ତ୍ରାଳୟର ଦାୟିତ୍ୱ ତୁଲାଇ ଥିଲେ। ପୁଣି ଥରେ ୨୦୦୪ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପିରୁ ମତ୍ସ୍ୟ ଓ ପଶୁ ସମ୍ପଦ ଓ ହସ୍ତତନ୍ତ ଓ ବୟନ ଶିଳ୍ପର କ୍ୟାବିନେଟ୍ ମନ୍ତ୍ରୀ ଭାବେ ଦାୟିତ୍ୱ ରେ ଥିଲେ। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବିଜୁ ଜନତା ଦଳରୁ ଉଦଳା ବିଧାୟକ ଭାବେ ନିର୍ବାଚିତ ହୋଇ ଥିଲେ। ତାଙ୍କ ରାଜନୈତିକ ଜୀବନ ଖୁଣ୍ଟା ର ଜିଲ୍ଲାପରିଷଦ ସଦସ୍ୟ ଭାବରେ ଆରମ୍ଭ କରିଥିଲେ।
ଆଜି ସକାଳ ୭ଟା ସମୟରେ ଡାଇଲିସିସ୍ ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ, ଦିନ ୧୦ଟା ବେଳେ ତାଙ୍କର ପରଲୋକ ହୋଇଛି। ତାଙ୍କ ମୃତ୍ୟୁର ଖବର ଜଣା ପଡିବା ପରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଜିଲ୍ଲାର ସମସ୍ତ ଦଳର ନେତୃବୃନ୍ଦ ଚିକିତ୍ସାଳୟରେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି। ତାଙ୍କ ମର ଶରୀରକୁ ବଡ଼ସାହି ସ୍ଥିତ ବାସଭବନକୁ ନିଆଯାଇ ଶେଷ ଦର୍ଶନ ପାଇଁ ରଖାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହେବ।




