କୁଜଙ୍ଗ ଥାନା ପୂର୍ବତନ IIC ନିଲମ୍ବିତ

ଜଗତସିଂପୁର : ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ଅଭିଯୋଗରେ IIC ନିଲମ୍ବିତ । ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା IIC ତପନ ନାହାକଙ୍କୁ ନିଲମ୍ବିତ କରାଯାଇଛି । ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ ପାଇଁ ବିବାଦୀୟ ହୋଇପଡିଥିଲେ IIC ତପନ ନାହାକ । ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ହୋଇଥିଲା । ତେବେ ପରେ ସେ ଏଥିରୁ ହରି ଯାଇଥିଲେ । ଏନେଇ ସଦର ଥାନାରେ ଏତଲା ଦେଇଥିଲେ ହୋମଗାର୍ଡ । ଗତକାଲି […]

କୁଜଙ୍ଗ ଥାନା ପୂର୍ବତନ IIC ନିଲମ୍ବିତ
Samaya Live Picture
Published On

ଜଗତସିଂପୁର : ସରକାରୀ ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ଅଭିଯୋଗରେ IIC ନିଲମ୍ବିତ । ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା IIC ତପନ ନାହାକଙ୍କୁ ନିଲମ୍ବିତ କରାଯାଇଛି । ମହିଳା ହୋମଗାର୍ଡଙ୍କ ସହ ସମ୍ପର୍କ ପାଇଁ ବିବାଦୀୟ ହୋଇପଡିଥିଲେ IIC ତପନ ନାହାକ । ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ହୋଇଥିଲା । ତେବେ ପରେ ସେ ଏଥିରୁ ହରି ଯାଇଥିଲେ । ଏନେଇ ସଦର ଥାନାରେ ଏତଲା ଦେଇଥିଲେ ହୋମଗାର୍ଡ । ଗତକାଲି ଆପୋଷ ବୁଝାମଣା ପାଇଁ ଏସପି ଅଫିସରେ ଉଦ୍ୟମ ହୋଇଥିଲା । ତେବେ ତପନ ନାହାକ ବିବାହ ପାଇଁ ରାଜି ନହେବାରୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ପୋଲିସ ଡିଜି ତାଙ୍କୁ ନିଲମ୍ବିତ କରିଥିବା ବେଳେ ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।

Tags: