ଆକାଶବାଣୀ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପ୍ରସେନଜିତ ମହାନ୍ତିଙ୍କ ପରଲୋକ

କଟକ : ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପ୍ରସେନଜିତ ମହାନ୍ତିଙ୍କ ପରଲୋକ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ଏବେ କଳାବିକାଶ କେନ୍ଦ୍ରର ସମ୍ପାଦକ ମଧ୍ୟ ଥିଲେ । ଗତକାଲି ସେ ଭୁବନେଶ୍ୱର ଯାଇ କଟକ ଗାଡିରେ ଫେରୁଥିବା ସମୟରେ ହୃଦଘାତ ହେବାରୁ ଗାଡି ଭିତରେ ପଡି ଯାଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ […]

Samaya Live Picture
Published On

କଟକ : ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ପ୍ରସେନଜିତ ମହାନ୍ତିଙ୍କ ପରଲୋକ । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ଏବେ କଳାବିକାଶ କେନ୍ଦ୍ରର ସମ୍ପାଦକ ମଧ୍ୟ ଥିଲେ ।

ଗତକାଲି ସେ ଭୁବନେଶ୍ୱର ଯାଇ କଟକ ଗାଡିରେ ଫେରୁଥିବା ସମୟରେ ହୃଦଘାତ ହେବାରୁ ଗାଡି ଭିତରେ ପଡି ଯାଇଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରସେନଜିତ ମହାନ୍ତି ହେଉଛନ୍ତି ଆକାଶବାଣୀ ଶିଶୁସଂସାର କାର୍ଯ୍ୟକ୍ରମର ଲୋକପ୍ରିୟ ସଂଯୋଜିକା ସ୍ୱର୍ଗତା ବୀଣାପାଣି ମହାନ୍ତିଙ୍କ ପୁଅ ।

Tags: