ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ
ଭୁବନେଶ୍ୱର : ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ହେବ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଟା ୨୪ ମିନିଟରେ ତାଙ୍କର ପରଲୋକ ହୋଇଛି I ଏନେଇ ତାଙ୍କ ଭାଇ ବିପିନ ବିହାରି ମିଶ୍ର ସୂଚନା ଦେଇଛନ୍ତି । ୧୯୫୯ ବ୍ୟାଚର […]
ଭୁବନେଶ୍ୱର : ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ହେବ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭ଟା ୨୪ ମିନିଟରେ ତାଙ୍କର ପରଲୋକ ହୋଇଛି I ଏନେଇ ତାଙ୍କ ଭାଇ ବିପିନ ବିହାରି ମିଶ୍ର ସୂଚନା ଦେଇଛନ୍ତି ।
୧୯୫୯ ବ୍ୟାଚର ଆଇପିଏସ ଅଫିସର ଶରତ ଚନ୍ଦ୍ର ମିଶ୍ର ଦୀର୍ଘ ଦିନ ଧରି ‘ର’ ପାଇଁ କାମ କରିଛନ୍ତି । ଅବସର ନେବା ପରେ ସେ ଶିକ୍ଷା ଓ ସମାଜର ବିଭିନ୍ନ ପ୍ରସଙ୍ଗକୁ ନେଇ ଲେଖାଲେଖି କରୁଥିଲେ । ଅବସର ପରେ ସାହିତ୍ୟ ଓ ଲେଖାଲେଖିକୁ ଆପଣାଇଥିଲେ । ଶରତ ଚନ୍ଦ୍ର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଥିଲେ ।




