ପୂର୍ବତନ କଂଗ୍ରେସ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ
ଭୁବନେଶ୍ୱର : ପୁର୍ବତନ କଂଗ୍ରେସ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା I ଅନେକ ଦିନରୁ ସେ ଵର୍ଧକୟ ଜନିତ ରୋଗରେ ପୀଡିତ ଥିଲେ I ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଥିଲେ । ସେ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ସହିତ […]
ଭୁବନେଶ୍ୱର : ପୁର୍ବତନ କଂଗ୍ରେସ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା I ଅନେକ ଦିନରୁ ସେ ଵର୍ଧକୟ ଜନିତ ରୋଗରେ ପୀଡିତ ଥିଲେ I ଏନେଇ ସୂଚନା ଦେଇଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଥିଲେ । ସେ ପ୍ରଥମ ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ସହିତ କଟକ ଓ ବ୍ରହ୍ମପୁର ଲୋକସଭା ଆସନର ପୂର୍ବତନ ସାଂସଦ ରହିଥିଲେ I ଜୟନ୍ତୀ ପଟ୍ଟନାୟକ ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ଓ ସୁବକ୍ତା ଥିଲେ। ଓଡ଼ିଶା ରାଜନୀତିରେ ନନ୍ଦିନୀ ଶତପଥୀଙ୍କ ପରେ ଜୟନ୍ତୀ ଦ୍ୱିତୀୟ ସର୍ବାଧିକ ପ୍ରଭାବଶାଳୀ ନାରୀନେତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିଥିଲେ।

୧୯୩୨ ମସିହା ଏପ୍ରିଲ ମାସ ୭ ତାରିଖରେ ଗଞ୍ଜାମ ଜିଲ୍ଲାର ଆସ୍କାରେ ସେ ଜନ୍ମଗ୍ରହଣ କରିଥିଲେ। ଜୟନ୍ତୀ ପ୍ରଥମେ ହରିହର ବିଦ୍ୟାଳୟରୁ ମାଟ୍ରିକ ପାସ୍ କରିବା ପରେ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ୧୯୫୩ ମସିହାରେ ସେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ ।
ଜୟନ୍ତୀ ମୋଟ ୪ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୪ରେ ଦ୍ୱିତୀୟ ଥର ପାଇଁ କଟକ ଆସନରୁ ସେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮ ମସିହାରେ ବ୍ରହ୍ମପୁର ଆସନରୁ ସେ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ସେ ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ । ଶ୍ରୀମତୀ ପଟ୍ଟନାୟକ ସର୍ବଭାରତୀୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ୧୯୮୮ରୁ ୧୯୯୦ ମସିହା ଯାଏ ସେ କାର୍ଯ୍ୟ କରିଥିଲେ। ଦେଶର ପ୍ରାଥମ ମହିଳା କମିଶନ ଅଧ୍ୟକ୍ଷା ହେବାର ଗୌରବ ମଧ୍ୟ ଜୟନ୍ତୀଙ୍କ ନାଁରେ ରହିଛି। ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରହିଥିଲେ।




