ହାଇୱା ଧକ୍କାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଦାସଙ୍କ ମୃତ୍ୟୁ

ଯାଜପୁର : ସଡକ ଦୁର୍ଘଟଣାରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ I ଆଜି ସକାଳେ ବିଧାୟକ ଓ ତାଙ୍କ ସହଯୋଗୀ ବାଇକରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ତାଙ୍କ ଗାଡିକୁ ଧକ୍କା ଦେଇଥିଲା ଏକ ବାଲି ବୋଝେଇ ହାଇୱା I ଦୁର୍ଘଟଣାରେ ବିଧ୍ୟାକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସହଯୋଗୀ ଗୁରୁତ୍ତର ହୋଇଛନ୍ତି I ତାଙ୍କୁ ଡାକ୍ତର ଖାନରେ ଭର୍ତ୍ତି କରାଯାଇଛି I ଅନନ୍ତଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ଥିତି ଖରାପ ଥିବାରୁ […]

Samaya Live Picture
Published On

ଯାଜପୁର : ସଡକ ଦୁର୍ଘଟଣାରେ ପୂର୍ବତନ ବିଧାୟକଙ୍କ ମୃତ୍ୟୁ I ଆଜି ସକାଳେ ବିଧାୟକ ଓ ତାଙ୍କ ସହଯୋଗୀ ବାଇକରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ତାଙ୍କ ଗାଡିକୁ ଧକ୍କା ଦେଇଥିଲା ଏକ ବାଲି ବୋଝେଇ ହାଇୱା I ଦୁର୍ଘଟଣାରେ ବିଧ୍ୟାକଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସହଯୋଗୀ ଗୁରୁତ୍ତର ହୋଇଛନ୍ତି I ତାଙ୍କୁ ଡାକ୍ତର ଖାନରେ ଭର୍ତ୍ତି କରାଯାଇଛି I ଅନନ୍ତଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ଥିତି ଖରାପ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର କହିଛନ୍ତି।

ଘଟନାନୁସାରେ ,ଯାଜପୁର ସାଂସଦ ଅନାଦି ଦାସଙ୍କ ପୁଅ ତଥା ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସ ଓ ତାଙ୍କ ସହଯୋଗୀ ଅନନ୍ତ ମହାନ୍ତି ଏକ ବାଇକ ଯୋଗେ ଯାଜପୁରରୁ ଭୁବନେଶ୍ୱର ଆସୁଥିଲେ I ସେ ଭୁବନେଶ୍ୱରରେ ବିଆରଏସ୍‌ ପକ୍ଷରୁ ଆୟେଜିତ ଏକ କୃଷକ ସମ୍ମିଳନୀରେ ଯୋଗଦେବାକୁ ଯାଉଥିଲେ I ଏହି ସମୟରେ ଖରସ୍ରୋତା ବ୍ରିଜ ଉପରେ ତାଙ୍କର ଉପରେ ଏକ ବାଲିବୋଝେଇ ହାଇୱା ଚଢ଼ି ଯାଇଥିଲା। ଯାଜପୁର ସଦର ପୁଲିସ ବାଲିବୋଝେଇ ହାଇୱାକୁ ଜବତ କରିଥିବା ବେଳେ ଅଭିଯୁକ୍ତ ଚାଳକ ଫେରାର ଅଛି।

ସୂଚନାଯୋଗ୍ୟ, ର୍ସ୍ବଗତ ଅର୍ଜୁନ ଚରଣ ଦାସ ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସ ଦଳରୁ ବିଧାୟକ ଥିଲେ। ନିକଟରେ ସେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ୍‌ ଯାଇ କେ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌)ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ହେମା ଗମାଙ୍କ, ସେମାନଙ୍କର ପୁଅ ଶିଶିର ଗମାଙ୍ଗ ପ୍ରମୁଖ ସହିତ ସାମିଲ ହୋଇଥିଲେ।

Tags: