ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ଦାୟିତ୍ୱ
ଭୁବନେଶ୍ୱର : ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ଦାୟିତ୍ବ। ସିଏମଓର ମୁଖ୍ୟ ଉପଦେଷ୍ଟା ହେଲେ ସୁରେଶ ମହାପାତ୍ର । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ନିଯୁକ୍ତି ପାଇବା ପୁର୍ବରୁ ଆଜି ଓଇଆରସି ଅଧ୍ୟକ୍ଷ ଦାୟିତ୍ୱରୁ ସେ ଅବ୍ୟାହତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ […]
ଭୁବନେଶ୍ୱର : ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ଦାୟିତ୍ବ। ସିଏମଓର ମୁଖ୍ୟ ଉପଦେଷ୍ଟା ହେଲେ ସୁରେଶ ମହାପାତ୍ର । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଅଧ୍ୟକ୍ଷ ଥିବା ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନୂଆ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ନିଯୁକ୍ତି ପାଇବା ପୁର୍ବରୁ ଆଜି ଓଇଆରସି ଅଧ୍ୟକ୍ଷ ଦାୟିତ୍ୱରୁ ସେ ଅବ୍ୟାହତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ,ଚଳିତବର୍ଷ ମାର୍ଚ୍ଚ ୧ତାରିଖରେ ଓଇଆରସି ଅଧ୍ୟକ୍ଷ ପଦ ସମ୍ଭାଳିଥିବା ଶ୍ରୀ ମହାପାତ୍ରଙ୍କ ଇସ୍ତଫାକୁ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ସେ ବ୍ୟକ୍ତିଗତ କାରଣ ଦର୍ଶାଇ ଅଧ୍ୟକ୍ଷ ପଦ ଛାଡ଼ିବାର ମାତ୍ର କିଛିଘଣ୍ଟା ମଧ୍ୟରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଛି । ଏଥି ସହିତ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନିଯୁକ୍ତି ପରିପ୍ରେକ୍ଷୀରେ ବର୍ତ୍ତମାନ କ୍ୟାବିନେଟ୍ ର୍ୟାଙ୍କ ସହିତ ମୁଖ୍ୟ ପରାମର୍ଶଦାତା (ସ୍ୱତନ୍ତ୍ର କାର୍ଯ୍ୟକ୍ରମ) ଥିବା ଆର ବାଲକ୍ରିଷ୍ଣନ୍ ସେହି ଦାୟିତ୍ୱରେ ରହିବେ । ଶ୍ରୀ ବାଲକ୍ରିଷ୍ଣନ୍ଙ୍କୁ ଅତିରିକ୍ତ ଭାବେ ପ୍ରଦାନ କରାଯାଇ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଦାୟିତ୍ୱରୁ ଅପସାରଣ କରାଯାଇଛି । ଅପରପକ୍ଷେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀଙ୍କ ଅନୁରୋଧ କ୍ରମେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।




