କଟକରେ ପୂର୍ବ ଭାଇଚାରା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

କଟକ :ଭାଇଚାରାର ସହର କଟକ । କିଛି ଅସାମାଜିକ ତତ୍ତ୍ୱଙ୍କ ପାଇଁ ଶୁକ୍ରବାର ରାତି ଭସାଣି ବେଳେ ଅଶାନ୍ତ ହୋଇ ଯାଇଛି କଟକ ସହର । ତେବେ କଟକରେ ଶାନ୍ତିଶୃଙ୍ଖଳା ସହ ପୂର୍ବ ଭାଇଚାରା ଫେରାଇ ଆଣିବା ପାଇଁ ସହରବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର। ମାତ୍ର କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି […]

କଟକରେ ପୂର୍ବ ଭାଇଚାରା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
Samaya Live Picture
Published On

କଟକ :ଭାଇଚାରାର ସହର କଟକ । କିଛି ଅସାମାଜିକ ତତ୍ତ୍ୱଙ୍କ ପାଇଁ ଶୁକ୍ରବାର ରାତି ଭସାଣି ବେଳେ ଅଶାନ୍ତ ହୋଇ ଯାଇଛି କଟକ ସହର । ତେବେ କଟକରେ ଶାନ୍ତିଶୃଙ୍ଖଳା ସହ ପୂର୍ବ ଭାଇଚାରା ଫେରାଇ ଆଣିବା ପାଇଁ ସହରବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର। ମାତ୍ର କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି । ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି । ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ସହରର ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଆଗେଇ ଆସିବାକୁ ସେ ଅପିଲ୍ କରିଛନ୍ତି ।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କଟକରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି । କଟକରେ ସୃଷ୍ଟି ହୋଇଥିବା ଆଇନଶୃଙ୍ଖଳା ପରିସ୍ଥିତି ନେଇ ସେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। କହିଛନ୍ତି ଏକ ଶାନ୍ତିପ୍ରିୟ ସହର ଭାବରେ ଓଡିଶାର ସୁନାମ ରହିଛି। ଓଡିଶାବାସୀ, କଟକବାସୀ ଶାନ୍ତି ଓ ସଦଭାବ ଚାହାଁନ୍ତି । ତେଣୁ କଟକ ସହରରେ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଏହାସହ କଟକରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛି ଓଡ଼ିଶା ପୋଲିସ । କୌଣସି ଗୁଜବକୁ ବିଶ୍ବାସ ନକରିବାକୁ ପୋଲିସ ପରାମର୍ଶ ଦେଇଛି । ଶାନ୍ତି ବଜାୟ ରଖିବା ସହ ପୋଲିସକୁ ସହଯୋଗ କରିବାକୁ ସୋସିଆଲ ମିଡିଆରେ ଅପିଲ କରିଛି ପୋଲିସ । ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଛି ବୋଲି ଓଡ଼ିଶା ପୁଲିସ ଏକ୍ସରେ ସୂଚନା ଦେଇଛି।

Tags: