ମୁଖ୍ୟମନ୍ତ୍ରୀ ହେବେ ପୂର୍ବତନ ମୁଖ୍ୟମନ୍ତ୍ରୀ – ଅମିତ ଶାହ
ଭୁବନେଶ୍ୱର : ରାଜ୍ୟରେ ବାକି ରହିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ I ଆସନ୍ତା ଜୁନ ୧ ତାରିଖରେ ଏହି ନିର୍ବାଚନ ହେବାକୁ ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ପ୍ରାଣମୂର୍ଚ୍ଛା ପ୍ରଚାର I ୩ ଦଳଙ୍କ ପ୍ରଚାରରେ ସରଗରମ ହେଉଛି ମୈଦାନ I କେନ୍ଦ୍ରୀୟ ହେଭିୱେଟଙ୍କ ଘନ ଘନ ଚାଲିଛି ଓଡିଶା ଗସ୍ତ I ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ I ଓଡ଼ିଶା ଗସ୍ତରେ […]
ଭୁବନେଶ୍ୱର : ରାଜ୍ୟରେ ବାକି ରହିଛି ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ I ଆସନ୍ତା ଜୁନ ୧ ତାରିଖରେ ଏହି ନିର୍ବାଚନ ହେବାକୁ ଥିବାବେଳେ ବିଭିନ୍ନ ଦଳ ପକ୍ଷରୁ ଚାଲିଛି ପ୍ରାଣମୂର୍ଚ୍ଛା ପ୍ରଚାର I ୩ ଦଳଙ୍କ ପ୍ରଚାରରେ ସରଗରମ ହେଉଛି ମୈଦାନ I କେନ୍ଦ୍ରୀୟ ହେଭିୱେଟଙ୍କ ଘନ ଘନ ଚାଲିଛି ଓଡିଶା ଗସ୍ତ I ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ I ଓଡ଼ିଶା ଗସ୍ତରେ ଆସି ଚାନ୍ଦବାଲିରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ଶାହ।
ଏହି ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହିତ ଶାହ କହିଛନ୍ତି ଯେ ଜୁନ୍ ୪ରେ ନିର୍ବାଚନ ଫଳାଫଳ ଆସିବ। ଏଥର ଓଡ଼ିଶାରେ ବିଜେପି ୧୭ ଲୋକସଭା ସିଟ୍ ଜିତିବ। ୭୫ବିଧାୟକଙ୍କ ସହ ଓଡ଼ିଶାରେ ସରକାର ଗଢିବ ବିଜେପି। ଜୁନ ୪ରେ ନବୀନ ବାବୁ ମୁଖ୍ୟମନ୍ତ୍ରୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯିବେ। ଓଡ଼ିଆ କହିପାରୁଥିବା ବ୍ୟକ୍ତି, ଯୁବ ମୁଖ୍ୟମନ୍ତ୍ରୀ ହେଇଥିବ, ଜଗନ୍ନାଥଙ୍କ ଭକ୍ତ ହେଇଥିବ ସେ ହିଁ ମୁଖ୍ୟମନ୍ତ୍ରୀ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଶାହ। ୨୫ବର୍ଷ ଭିତରେ ଓଡ଼ିଶାରେ ବିକାଶ ପାଇଁ କିଛି ବି ହୋଇନାହିଁ। ଓଡ଼ିଶା ଦେଶର ଏକ ସମୃଦ୍ଧ ରାଜ୍ୟ। ଏଠାରେ ଅନେକ ଖଣିଜ ପଦାର୍ଥ ରହିଛି। ହେଲେ ଓଡ଼ିଆ ଲୋକ କିନ୍ତୁ ଗରିବ। ଏଥିପାଇଁ ନବୀନ ବାବୁ ଦାୟୀ ବୋଲି ଶାହ କହିଛନ୍ତି। ଏପରି କି ଓଡ଼ିଶାର ଶାସନ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚଲାଇବା ଉଚିତ ନା ତାମିଲବାବୁ ଚଲାଇବା ଉଚିତ ବୋଲି ପ୍ରଶ୍ନ କରିଥିଲେ। ଏହି ନିର୍ବାଚନ ଓଡ଼ିଶାର ଅସ୍ମିତାର ନିର୍ବାଚନ। ଓଡ଼ିଆ ଭାଷା, ସାହିତ୍ୟ, କଳା, ସ୍ବାଭିମାନର ନିର୍ବାଚନ। ପରଦା ପଛରେ ରହି ତାମିଲ ବାବୁ ଓଡ଼ିଶାର ଶାସନ ଚଲାଇବା ଗ୍ରହଣୀୟ କି ବୋଲି ପ୍ରଶ୍ନ କରି ବିଜେଡିକୁ ଟାର୍ଗେଟ୍ କରିଥିଲେ ଅମିତ ଶାହା ।




