OUATର ପୂର୍ବତନ କୁଳପତିଙ୍କ ଦେହାନ୍ତ
ଭୁବନେଶ୍ୱର : ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ଓୟୁଏଟି ର ପୂର୍ବତନ କୁଳପତିଙ୍କ ପରଲୋକ । କୁଳପତି ପ୍ରଫେସର ଦେବୀ ପ୍ରସାଦ ରାୟ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ଶ୍ରୀ ରାୟଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପ୍ରଫେସର ଦେବୀପ୍ରସାଦ ରାଧାନୀର ଆଇଏମଏସ ଓ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୧୧.୩୬ ସମୟରେ ସେଦେହ ତ୍ୟାଗ କରିଛନ୍ତି I ପ୍ରଫେସର ଦେବୀପ୍ରସାଦ ରାୟ […]
ଭୁବନେଶ୍ୱର : ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ଓୟୁଏଟି ର ପୂର୍ବତନ କୁଳପତିଙ୍କ ପରଲୋକ । କୁଳପତି ପ୍ରଫେସର ଦେବୀ ପ୍ରସାଦ ରାୟ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ଶ୍ରୀ ରାୟଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ପ୍ରଫେସର ଦେବୀପ୍ରସାଦ ରାଧାନୀର ଆଇଏମଏସ ଓ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଦିନ ୧୧.୩୬ ସମୟରେ ସେଦେହ ତ୍ୟାଗ କରିଛନ୍ତି I
ପ୍ରଫେସର ଦେବୀପ୍ରସାଦ ରାୟ ୧୯୭୧ରେ ଓୟୁଏଟିରୁ ଏଗ୍ରିକଲଚରରେ ବି.ଏସସି ପାସ କରିବା ସହ କୋଲକତା ୟୁନିଭରସିଟିରୁ ଏଗ୍ରିକଲଚରରେ ଏମ.ଏସସି ଓ ୧୯୮୧ରେ ପିଏଚ.ଡି ଡିଗ୍ରୀ ହାସଲ କରିଥିଲେ । ସେ ଜଣେ ବିଶିଷ୍ଟ ଉଦ୍ୟାନ କୃଷି ବୈଜ୍ଞାନିକମାନେ ବେଶ୍ ଜଣାଶୁଣା ଥିଲେ । ଗତବର୍ଷ ମାର୍ଚ୍ଚ ମାସ ୧ ତାରିଖରେ ସେ ସୋଆର କୁଳାଧିପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ପ୍ରଫେସର (ଡ।) ରୟ ପୂର୍ବରୁ ଦୁଇଥର ଭୁବନେଶ୍ୱରରେ OUAT ର କୁଳପତି ରହି ଗତ ମାର୍ଚ୍ଚ ୨୦୨୨ ରେ ସେ SOA କୁଳପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ I




