ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର

ନୟାଗଡ଼ : ଘର ଭିତରୁ ଉଦ୍ଧାର ହେଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ହେଉଛନ୍ତି ପଞ୍ଚରିଡ଼ା ରେଞ୍ଜ ଫରେଷ୍ଟର ଶିଶିର ସାହୁ । ନୟାଗଡ଼ ଜିଲ୍ଲା ବାରମାସୀ ଦଣ୍ଡା ଘରୁ ଶିଶିରଙ୍କ ମୃତ ଦେହ ସମେତ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି । ଦୁଇ ମାସ ତଳେ ସେ ଶରଣକୁଳ ପଞ୍ଚରିଡ଼ା ରେଞ୍ଜରେ ଫରେଷ୍ଟ ଭାବେ ଯୋଗ ଦେଇଥିଲେ । ତେବେ ଶିଶିର ନିଜ ଦେହରେ ନିଆଁ ଲଗାଇ […]

ଘର ଭିତରୁ ଫରେଷ୍ଟରଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର
Samaya Live Picture
Published On

ନୟାଗଡ଼ : ଘର ଭିତରୁ ଉଦ୍ଧାର ହେଲା ଫରେଷ୍ଟରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ । ମୃତକ ହେଉଛନ୍ତି ପଞ୍ଚରିଡ଼ା ରେଞ୍ଜ ଫରେଷ୍ଟର ଶିଶିର ସାହୁ । ନୟାଗଡ଼ ଜିଲ୍ଲା ବାରମାସୀ ଦଣ୍ଡା ଘରୁ ଶିଶିରଙ୍କ ମୃତ ଦେହ ସମେତ ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତି କରାଯାଇଛି । ଦୁଇ ମାସ ତଳେ ସେ ଶରଣକୁଳ ପଞ୍ଚରିଡ଼ା ରେଞ୍ଜରେ ଫରେଷ୍ଟ ଭାବେ ଯୋଗ ଦେଇଥିଲେ । ତେବେ ଶିଶିର ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ନା ତାଙ୍କୁ କେହି ହତ୍ୟା କରିବା ପରେ ପୋଡ଼ିଥିବା ସନ୍ଦେହ ଘେରରେ ରହିଛି । ଏହି ଘଟଣାରେ ଶିଶିରଙ୍କ ପୁଅକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ଟାଉନ ଥାନା ପୋଲିସ ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ଶିଶିର, ପତ୍ନୀ ନମିତା ଓ ପୁଅ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଘରେ ନିଆଁ ଲାଗିଯାଇଥିବା କହିଥିଲେ । ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ । ନିଆଁ ଲାଗି ଘରେ ଥିବା ସ୍କୁଟି ସହ ଅନେକ ଆସବାବପତ୍ର ପୋଡ଼ି ଯାଇଛି। ଖବର ପାଇ ନୟାଗଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Tags: