କାର୍ଯ୍ୟରତ ଅବସ୍ଥାରେ ଫରେଷ୍ଟରଙ୍କ ମୃତ୍ୟୁ
କଳାହାଣ୍ଡି : କାର୍ଯ୍ୟାଳୟ ଭିତରେ ଟଳି ପଡ଼ିଲେ ଫରେଷ୍ଟର । ସୋମବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଫରେଷ୍ଟ ଦାୟିତ୍ୱରେ ଥିବା ଫରେଷ୍ଟର ପ୍ରକାଶ ମିଶ୍ର (୪୮)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ସେ ଥୁଆମୁଲ ରାମପୁର ରେଞ୍ଜ ଅଫିସରେ କାର୍ଯ୍ୟ କରୁଥିବା ବେଳେ ସଂଜ୍ଞାହୀନ ହୋଇପଡିଥିଲେ। ପରେ ତାଙ୍କୁ ବିଭାଗୀୟ କର୍ମଚାରୀ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଫରେଷ୍ଟର ପ୍ରକାଶଙ୍କ ଘର […]
କଳାହାଣ୍ଡି : କାର୍ଯ୍ୟାଳୟ ଭିତରେ ଟଳି ପଡ଼ିଲେ ଫରେଷ୍ଟର । ସୋମବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଫରେଷ୍ଟ ଦାୟିତ୍ୱରେ ଥିବା ଫରେଷ୍ଟର ପ୍ରକାଶ ମିଶ୍ର (୪୮)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ସେ ଥୁଆମୁଲ ରାମପୁର ରେଞ୍ଜ ଅଫିସରେ କାର୍ଯ୍ୟ କରୁଥିବା ବେଳେ ସଂଜ୍ଞାହୀନ ହୋଇପଡିଥିଲେ। ପରେ ତାଙ୍କୁ ବିଭାଗୀୟ କର୍ମଚାରୀ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ମୃତ ଫରେଷ୍ଟର ପ୍ରକାଶଙ୍କ ଘର ଜିଲାର ଜୁନାଗଡ଼ ଥାନା ଅନ୍ତର୍ଗତ ପରିଆ ଗାଁ ହୋଇଥିବାବେଳେ ସେ ଭବାନୀପାଟଣାରେ ସ୍ତ୍ରୀ ଓ ଝିଅ ସହିତ ରହୁଥିଲେ। ଗତ ମାସକ ତଳେ ତାଙ୍କ ବାପା ଶିକ୍ଷକ ବିନାୟକ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା।
ଫରେଷ୍ଟର ପ୍ରକାଶ ମିଶ୍ରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ହୃଦଘାତରୁ ନା ଅନ୍ୟ କୌଣସି କାରଣରୁ ତାଙ୍କ ମୃତ୍ୟୁ ଘଟିଛି, ତାହା ଜଣାପଡ଼ି ନାହିଁ। ଥୁଆମୂଳ ରାମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।




