ଦନ୍ତା ଆକ୍ରମଣରେ ବନରକ୍ଷୀ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ ହାତୀ ଆକ୍ରମଣରେ ଜଣେ ବନରକ୍ଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବନରକ୍ଷୀଙ୍କ ନାଁ ଶରତ ଘଡେଇ । ତାଙ୍କ ଘର ତାଳଚେର ଅଞ୍ଚଳରେ। ସେ ଅନୁଗୋଳ ବନଖଣ୍ଡ ବିଭାଗରେ ଫରେଷ୍ଟ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। ଶରତ ହାତୀ ଘଉଡାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର […]

Samaya Live Picture
Published On

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ ପଞ୍ଚାୟତରେ ହାତୀ ଆକ୍ରମଣରେ ଜଣେ ବନରକ୍ଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବନରକ୍ଷୀଙ୍କ ନାଁ ଶରତ ଘଡେଇ । ତାଙ୍କ ଘର ତାଳଚେର ଅଞ୍ଚଳରେ। ସେ ଅନୁଗୋଳ ବନଖଣ୍ଡ ବିଭାଗରେ ଫରେଷ୍ଟ ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। ଶରତ ହାତୀ ଘଉଡାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବନବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି । ସେପଟେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ସ୍ଥାୟୀ ଚାକିରି ଦାବିରେ ସ୍ଥାନୀୟ ଲୋକମାନେ ପ୍ରତିବାଦ କରିଛନ୍ତି ।

Tags: