ପ୍ରଥମଥର ପାଇଁ ବେଗୁନିଆରୁ ନିର୍ବାଚନ ଲଢ଼ିବେ ପୃଥ୍ଵୀ ବଲ୍ଲଭ

ଖୋର୍ଦ୍ଧା :ବେଗୁନିଆ ରାଜନୀତି ସରଗରମ I ବିଜେଡି ବିଜେପି ମଧ୍ୟରେ ଛକ୍କା ପଞ୍ଝା ଚାଲିଥିବାବେଳେ ଏହି ଆସନକୁ ନେଇ ଟିକେଟ ଘୋଷଣା କରିଛି କଂଗ୍ରେସ I ଏକଦା ବେଗୁନିଆ ଆସନକୁ କଂଗ୍ରେସର ଗଡ଼ କୁହାଯାଉଥିଲା I ଏହା କଂଗ୍ରେସ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗଡ଼ ଥିବାବେଳେ,ଚଳିତ ଥର ଏହି ବିଧାନସଭା ଆସନରୁ ଲଢ଼ିବାପାଇଁ ଜାନକୀ ବଲ୍ଲଭଙ୍କ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ଏଥର ଦଳ ସୁଯୋଗ ଦେଇଛି। ପୃଥ୍ବୀବଲ୍ଲଭଙ୍କ ପାଇଁ କଂଗ୍ରେସର ଏହା ପ୍ରଥମ […]

Samaya Live Picture
Published On

ଖୋର୍ଦ୍ଧା :ବେଗୁନିଆ ରାଜନୀତି ସରଗରମ I ବିଜେଡି ବିଜେପି ମଧ୍ୟରେ ଛକ୍କା ପଞ୍ଝା ଚାଲିଥିବାବେଳେ ଏହି ଆସନକୁ ନେଇ ଟିକେଟ ଘୋଷଣା କରିଛି କଂଗ୍ରେସ I ଏକଦା ବେଗୁନିଆ ଆସନକୁ କଂଗ୍ରେସର ଗଡ଼ କୁହାଯାଉଥିଲା I ଏହା କଂଗ୍ରେସ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗଡ଼ ଥିବାବେଳେ,ଚଳିତ ଥର ଏହି ବିଧାନସଭା ଆସନରୁ ଲଢ଼ିବାପାଇଁ ଜାନକୀ ବଲ୍ଲଭଙ୍କ ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ଏଥର ଦଳ ସୁଯୋଗ ଦେଇଛି। ପୃଥ୍ବୀବଲ୍ଲଭଙ୍କ ପାଇଁ କଂଗ୍ରେସର ଏହା ପ୍ରଥମ ଟିକେଟ ନୁହେଁ। ୨୦୧୯ରେ ମଧ୍ୟ କଂଗ୍ରେସ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ଦେଇଥିଲା। କିନ୍ତୁ, କୌଣସି କାରଣରୁ ସେ ଟିକେଟ ଫେରାଇ ଦେବାରୁ ପ୍ରଦୀପ ସାହୁଙ୍କ ହାତକୁ ତାହା ଯାଇଥିଲା। ପ୍ରଦୀପ କଂଗ୍ରେସ ଟିକେଟରୁ ଲଢ଼ି ଭଲ ପ୍ରଦର୍ଶନ କଲେ। କିନ୍ତୁ କଂଗ୍ରେସରେ ରହି ପାରିଲେ ନାହିଁ। ଗଲା ପଞ୍ଚାୟତ ନିର୍ବାଚନ ବେଳକୁ ସେ କଂଗ୍ରେସର ହାତ ଛାଡ଼ି ବିଜେଡିକୁ ଡିଆଁ ମାରିଲେ। ପ୍ରଦୀପଙ୍କ ଦଳଡିଆଁ ପରେ ବେଗୁନିଆରେ କଂଗ୍ରେସ ନେତୃତ୍ବ ଖୋଜୁଥିବା ବେଳେ ପୃଥ୍ବୀବଲ୍ଲଭ ବେଗୁନିଆର କଂଗ୍ରେସ ସଂଗଠନକୁ ସଜାଡ଼ିଛନ୍ତି।

ଏକଦା ଜାନକୀ ବାବୁ ବେଗୁନିଆ ନିର୍ବାଚନମଣ୍ଡଳୀର ମତଦାତାଙ୍କ ଭୋଟ୍‌ରେ ବିଜୟୀ ହୋଇ ରାଜ୍ୟର ଶାସନ ଭାର ମୁଣ୍ଡାଇଥିଲେ। ବିରୋଧୀ ଦଳର ନେତା ବି ହୋଇଥିଲେ। ଏବେ ଜାନକୀ ବାବୁଙ୍କ ପୁଅ ଟିକେଟ ପାଇଲା ପରେ ବେଗୁନିଆର କଂଗ୍ରେସ କର୍ମୀ ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି।

Tags: