ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଖୋଲିବ ଅନ୍ନକ୍ଷେତ୍ର – ଗଜପତି ମହାରାଜ

ପୁରୀ: ଭକ୍ତମାନଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର କରାଯିବ। ଏନେଇ ଯୋଜନା ପ୍ରସ୍ତୁତ ଚାଲିଛି । ଯେଉଁଠି ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ। ଆଜି ସକାଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ସମୟରେ ପୁରୀ ଗଜପତି ମହାରାଜ ଏହି ସୂଚନା ଦେଇଛନ୍ତି। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ। ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ସେହିପରି ଅଧପନ୍ତରିଆ ଥିବା ପ୍ରକଳ୍ପ କାମ, ମଠ […]

Samaya Live Picture
Published On

ପୁରୀ: ଭକ୍ତମାନଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଉତ୍ତର ଦ୍ବାର ବାହାରେ ଅନ୍ନକ୍ଷେତ୍ର କରାଯିବ। ଏନେଇ ଯୋଜନା ପ୍ରସ୍ତୁତ ଚାଲିଛି । ଯେଉଁଠି ଭକ୍ତମାନେ ସୁବିଧାରେ ମହାପ୍ରସାଦ ସେବନ କରିପାରିବେ। ଆଜି ସକାଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ ସମୟରେ ପୁରୀ ଗଜପତି ମହାରାଜ ଏହି ସୂଚନା ଦେଇଛନ୍ତି। ଆନନ୍ଦ ବଜାରରେ ମହାପ୍ରସାଦ ବିକ୍ରି ହେବ। ଏ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ସେହିପରି ଅଧପନ୍ତରିଆ ଥିବା ପ୍ରକଳ୍ପ କାମ, ମଠ ପୁନରୁଦ୍ଧାର ନେଇ ଶ୍ରୀମନ୍ଦିର ସଂସ୍କୃତି ଉପଦେଷ୍ଟା କମିଟି ଅନୁଧ୍ୟାନ କରୁଥିବା ଗଜପତି ମହାରାଜ ସୂଚନା ଦେଇଛନ୍ତି ।

ଆଜି ସକାଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଲେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତିଙ୍କ ସାଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଓବିସିସି ଅଧିକାରୀ ଓ ମଠ ମହନ୍ତ ଥିଲେ। ମଠ ପୁନରୁଦ୍ଧାର କାମ ବୁଲି ଦେଖିବା ସହ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ବୁଲିଲେ ଗଜପତି ମହାରାଜା।

ଗଜପତି ମହାରାଜ ଦିବ୍ୟସିଂହ ଦେବ ଆହୁରି କହିଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଶ୍ରୀମନ୍ଦିର ସ୍ଥାୟୀ କାର୍ଯ୍ୟାଳୟ ହେବ। ପୂର୍ବଟିକୁ ଅଭ୍ୟର୍ଥନା କକ୍ଷ କରାଯିବ। ଶ୍ରୀଜଗନ୍ନାଥ ସାଂସ୍କୃତିକ ଲାଇବ୍ରେରୀ ଓ ରଘୁନନ୍ଦନ ଲାଇବ୍ରେରୀର ଉନ୍ନତିକରଣ କରାଯିବ । ଶ୍ରୀମନ୍ଦିରର ନୂତନ କାର୍ଯ୍ୟଳୟ ନରେନ୍ଦ୍ର ମହଲା ସ୍ଥାନରେ ହେବାକୁ ସ୍ଥିର ହୋଇଛି I ବର୍ତ୍ତମାନର ଶ୍ରୀମନ୍ଦିର କାର୍ଯ୍ୟାଳୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅଭ୍ୟର୍ଥନା କେନ୍ଦ୍ର ହେବ ବୋଲି କହିଛନ୍ତି ଗଜପତି ମହାରାଜା।

Tags: