ସଙ୍କଟାପନ୍ନ ଅବସ୍ଥାରେ ଏଫଏମ ପୀଡିତା,ଆଗାମୀ ୭୨ ଘଣ୍ଟା ଗୁରୁତ୍ତ୍ୱପୂର୍ଣ୍ଣ

ଭୁବନେଶ୍ୱର : ଆଜିକୁ ୩ ଦିନ ହେଲାଣି ଭୁବନେଶ୍ଵର ଏମ୍ସରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି ବାଲେଶ୍ବର FM ଛାତ୍ରୀ । ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ଛାତ୍ରୀଙ୍କ ଡାଇଲିଲିସ୍ ଚାଲିଥିବା ଜଣାପଡ଼ିଛି । ଭୁବନେଶ୍ଵର ଡାକ୍ତରୀ ଟିମ୍ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ ସହିତ ଆଲୋଚନା କରି ଚିକିତ୍ସା କରୁଥିବା ଜଣାପଡ଼ିଛି । ଏବେ ବି ତାଙ୍କର ଅବସ୍ଥା ସଂକଟାପନ୍ନ ଅଛି । ଆଗାମୀ ୭୨ ଘଣ୍ଟା ପୀଡ଼ିତାଙ୍କ ପାଇଁ […]

ସଙ୍କଟାପନ୍ନ ଅବସ୍ଥାରେ ଏଫଏମ ପୀଡିତା,ଆଗାମୀ ୭୨ ଘଣ୍ଟା ଗୁରୁତ୍ତ୍ୱପୂର୍ଣ୍ଣ
Samaya Live Picture
Published On

ଭୁବନେଶ୍ୱର : ଆଜିକୁ ୩ ଦିନ ହେଲାଣି ଭୁବନେଶ୍ଵର ଏମ୍ସରେ ଜୀବନ ସହିତ ସଂଗ୍ରାମ କରୁଛନ୍ତି ବାଲେଶ୍ବର FM ଛାତ୍ରୀ । ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ଛାତ୍ରୀଙ୍କ ଡାଇଲିଲିସ୍ ଚାଲିଥିବା ଜଣାପଡ଼ିଛି । ଭୁବନେଶ୍ଵର ଡାକ୍ତରୀ ଟିମ୍ ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍ ସହିତ ଆଲୋଚନା କରି ଚିକିତ୍ସା କରୁଥିବା ଜଣାପଡ଼ିଛି । ଏବେ ବି ତାଙ୍କର ଅବସ୍ଥା ସଂକଟାପନ୍ନ ଅଛି । ଆଗାମୀ ୭୨ ଘଣ୍ଟା ପୀଡ଼ିତାଙ୍କ ପାଇଁ ଅତ୍ୟନ୍ତ ଗୁରୁତପୂର୍ଣ୍ଣ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧିକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପରିଡ଼ା ।

ପୀଡ଼ିତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିବାରୁ ସ୍ଥିତି ସାଂଘାତିକ ହୋଇଯାଇଛି । ଶ୍ଵାସନଳୀ ମଧ୍ୟ ପ୍ରଭାବିତ ହୋଇଛି । ଫୁସଫୁସ ଓ କିଡନି ପ୍ରଭାବିତ ହୋଇଛି । ଡାଏଲିସିସ ଚାଲିଛି । ଆଜି ଦେହରେ ଟେମ୍ପ୍ରେଚର ଆସିଛି । ଦିଲ୍ଲୀ ଏମ୍ସ ବିଶେଷଜ୍ଞ ସହ କଥା ହୋଇ ଆଣ୍ଟିବାୟୋଟିକ ଚାଲିଛି । ବ୍ଲଡ ପ୍ରେସର ଅଧିକ ରହିଛି । ଛାତ୍ର ଜଣଙ୍କ ଭେଣ୍ଟିଲେସନରେ ଅଛନ୍ତି । ବାକି ମ୍ୟାନେଜମେଣ୍ଟ ପକ୍ଷରୁ ସବୁଠୁ ବେଷ୍ଟ ଚିକିତ୍ସା ଦେବାକୁ ଚେଷ୍ଟା ଚାଲିଛି । ଡାକ୍ତରମାନେ ପ୍ରାଣପଣେ ଚେଷ୍ଟା କରୁଛନ୍ତି ପୀଡ଼ିତାଙ୍କୁ ସୁସ୍ଥ କରିବା ପାଇଁ ।

ସେପଟେ ପରିବାର ଲୋକେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ଝିଅଟି ସୁସ୍ଥ ହୋଇ ଯାଉ। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଭଉଣୀର ଆଶୁ ଆରୋଗ୍ୟ କାମନା କରିବାକୁ ପୀଡ଼ିତାଙ୍କ ଭାଇ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । କେହି ରାଜନୀତି ନ କରିବାକୁ ସେ କହିଛନ୍ତି । ଯେଉଁ କମିଟି ତଦନ୍ତ କରି ରିପୋର୍ଟ ଦେଇଥିଲେ ତାହା ଏଚଓଡିଙ୍କୁ ସୁହାଇଲା ଭଳି ଥିଲା । ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ତାଙ୍କ ଭାଇ ।

ସେପଟେ FM ଛାତ୍ରୀ ପ୍ରସଙ୍ଗରେ ଚାଲିଛି ଛାନଭିନ୍। କ୍ରାଇମବ୍ରାଞ୍ଚର ଏକ ଟିମ୍ ବାଲେଶ୍ଵରରେ ରହି ଅନୁଧ୍ୟାନ କରୁଛି। ଏହି ଟିମ୍ ଆଜି ମଧ୍ୟ କଲେଜକୁ ଯାଇ ପ୍ରିନ୍ସପାଲ ଓ ICC ସଦସ୍ୟଙ୍କୁ ପଚରା ଉଚରା କରିବାର ସମ୍ଭାବନା ଅଛି। ଗତକାଲି ୩ ଘଣ୍ଟା ଧରି ସେମାନଙ୍କୁ ଜେରା କରାଯାଇଥିଲା। କେମିତି ଏହି ଘଟଣା ଘଟିଲା, କିଏ ଦାୟୀ, ଛାତ୍ରୀକୁ କିଏ ଉସୁକାଇଥିଲା, ଏତେ ବଡ଼ ଚରମ ପଦକ୍ଷେପ ସେ କାହିଁକି ନେବାକୁ ବାଧ୍ୟ ହେଲେ, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍। ଗତକାଲି ୩ ଘଣ୍ଟାରୁ ଅଧିକ ସମୟ ଧରି ସେମାନେ ନିଲମ୍ଵିତ ପ୍ରିନ୍ସପାଲ, ICC କୁ ପଚରା ଉଚରା କରିଥିଲେ। ପୁନର୍ବାର ସମସ୍ତଙ୍କୁ ଡକାଯାଇ ତଦନ୍ତ କରାଯିବ।

Tags: