ଏଫଏମ କଲେଜ ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି
ବାଲେଶ୍ବର: ବଢ଼ିଲା ସମୀର ସାହୁଙ୍କ ଜେଲ ଅବଧି । ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଜେଲ୍ରେ ଥିବା ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଆବେଦନକୁ ଶୁକ୍ରବାର ପୁଣି ନାମଞ୍ଜୁର କରିଛନ୍ତି ବାଲେଶ୍ବର ଏସ୍ଡିଜେଏମ। ତାଙ୍କର ବିଚାର ବିଭାଗ ହେପାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି ଜଜ୍। ସିଟି ୪୯୮/୨୦୨୫ ନଂ ମାମଲାରେ ଅଭିଯୁକ୍ତ ଶ୍ରୀ ସାହୁଙ୍କ ପକ୍ଷରୁ ଓକିଲ ଶ୍ରୀବତ୍ସ ନାୟକ ଜାମିନ ଆବେଦନ କରିଥିଲେ। ଗତକାଲି ଭିସିରେ […]
ବାଲେଶ୍ବର: ବଢ଼ିଲା ସମୀର ସାହୁଙ୍କ ଜେଲ ଅବଧି । ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ଜେଲ୍ରେ ଥିବା ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଆବେଦନକୁ ଶୁକ୍ରବାର ପୁଣି ନାମଞ୍ଜୁର କରିଛନ୍ତି ବାଲେଶ୍ବର ଏସ୍ଡିଜେଏମ। ତାଙ୍କର ବିଚାର ବିଭାଗ ହେପାଜତ ମିଆଦ ଆଉ ୧୪ ଦିନ ବୃଦ୍ଧି କରିଛନ୍ତି ଜଜ୍। ସିଟି ୪୯୮/୨୦୨୫ ନଂ ମାମଲାରେ ଅଭିଯୁକ୍ତ ଶ୍ରୀ ସାହୁଙ୍କ ପକ୍ଷରୁ ଓକିଲ ଶ୍ରୀବତ୍ସ ନାୟକ ଜାମିନ ଆବେଦନ କରିଥିଲେ।
ଗତକାଲି ଭିସିରେ ଏସଡିଜେଏମଙ୍କ ନିକଟରେ ହାଜର ହୋଇଥିଲେ ସମୀର । ଜୀବନ ହରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କୁ ନିର୍ଯ୍ୟାତନା ଅଭିଯୋଗରେ ଗିରଫ ହୋଇଥିଲେ ଅଧ୍ୟାପକ ସମୀର ସାହୁ । ଅଧ୍ୟାପକ ଜାମିନ ପାଇଁ ତଳ କୋର୍ଟରେ ଆବେଦନ କରିଥିବା ବେଳେ ତାହା ନାମଞ୍ଜୁର ପରେ ଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଅନ୍ୟ ପକ୍ଷରେ ବାଲେଶ୍ବର ଜିଲା କାରାଗାରରେ ଥାଇ ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁ ଓ ନିଲମ୍ବିତ ଅଧ୍ୟକ୍ଷ ଦିଲୀପ ଘୋଷ ଆଜି ଅପରାହ୍ଣ ୩ଟାରୁ ସାଢ଼େ ତିନିଟା ପର୍ଯ୍ୟନ୍ତ ଭିଡିଓ କନ୍ଫେରନସିଂ ମାଧ୍ୟମରେ ଅଦାଲତରେ ହାଜର ହୋଇଥିଲେ। ଏସ୍ଡିଜେଏମ କିଶୋର କୁମାର ନାଥ ଜାମିନ ଆବେଦନ ନାମଞ୍ଜୁର କରିବା ସହ ଆସନ୍ତା ଅଗଷ୍ଟ ୬ ତାରିଖକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଫଳରେ ଅଧ୍ୟାପକ ଶ୍ରୀ ସାହୁଙ୍କ ବିଚାର ବିଭାଗ ହେପାଜତ ଅବଧି ଆଉ ୧୪ ଦିନ ବଢ଼ାଇ ଦିଆଯାଇଛି।
ଅନ୍ୟପଟେ, ଘଟଣାକୁ ୧୫ ଦିନ ଥିବାବେଳେ ଏହି ଘଟଣାରେ ଅଧ୍ୟାପକ ଓ ପ୍ରିନ୍ସପାଲଙ୍କ ବ୍ୟତିତ ଆଉ କିଏ ଦାୟୀ, ତାର ତନାଘନା ତଦନ୍ତ ଚଲାଇଛି କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଘଟଣାକୁ ସୁପ୍ରିମକୋର୍ଟ ଲଜ୍ଜାଜନକ କହିବା ପରେ, ଘଟଣାର ତଦନ୍ତକୁ ଚୂଡ଼ାନ୍ତ ସ୍ତରରେ ପହଞ୍ଚାଇବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ।




