ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣା : ୨ ଛାତ୍ର ଗିରଫ,ପେଟ୍ରୋଲ ନିଜେ ଆଣିଥିଲେ ଛାତ୍ରୀ

ବାଲେଶ୍ବର: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା। ୨୦ ଦିନ ପରେ ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଆତ୍ମାହୁତି ପାଇଁ ଛାତ୍ରୀଙ୍କୁ ଉସୁକାଇବା ଏବଂ ଷଡଯନ୍ତ୍ର ରଚିବା ଅଭିଯୋଗରେ ଗିରଫ ହେଲେ ଦୁଇ ଛାତ୍ର । ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ। ଜ୍ୟୋତିପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି […]

ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣା : ୨ ଛାତ୍ର ଗିରଫ,ପେଟ୍ରୋଲ ନିଜେ ଆଣିଥିଲେ ଛାତ୍ରୀ
Samaya Live Picture
Published On

ବାଲେଶ୍ବର: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା। ୨୦ ଦିନ ପରେ ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଆତ୍ମାହୁତି ପାଇଁ ଛାତ୍ରୀଙ୍କୁ ଉସୁକାଇବା ଏବଂ ଷଡଯନ୍ତ୍ର ରଚିବା ଅଭିଯୋଗରେ ଗିରଫ ହେଲେ ଦୁଇ ଛାତ୍ର । ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ରସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ। ଜ୍ୟୋତିପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । SDJMଙ୍କ ନିକଟରେ ହାଜର ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଉଭୟ ଛାତ୍ର ।

ଶୁଭ୍ରସମ୍ବିତ ABVPର ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି। ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢେଇ କରୁଥିବା ବେଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ କିଛି ଛାତ୍ର । ନିକଟରେ ମୋବାଇଲ ଭିଡ଼ିଓ କରିବା ସହିତ ଆତ୍ମହତ୍ୟା ଉଦ୍ୟମ ପାଇଁ କରିଥିଲେ ସହଯୋଗ ।

ଅନ୍ୟପଟେ,ପେଟ୍ରୋଲକୁ ନେଇ ଯେଉଁ ସସପେନ୍ସ ଥିଲା ଏବେ ତା ଉପରୁ ପରଦା ଉଠିଛି। ଆତ୍ମହତ୍ୟା ପାଇଁ ଛାତ୍ରୀଙ୍କୁ ପେଟ୍ରୋଲ କିଏ ଦେଲା ଏହି ଘଟଣାରେ ବଡ଼ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ସାଇକେଲରେ ଯାଇ ପେଟ୍ରୋଲ ନିଜେ ଆଣିଥିଲେ ଛାତ୍ରୀ । ଘଟଣା ଦିନ ଅର୍ଥାତ ଜୁଲାଇ ୧୨ ତାରିଖ ସକାଳ ୧୦.୪୪ ସମୟରେ ପାଖ ପେଟ୍ରୋଲ ପମ୍ପକୁ ସାଇକେଲରେ ଯାଇ ନିଜେ ପେଟ୍ରୋଲ ଆଣିଥିଲେ ଛାତ୍ରୀ। ସାଇକେଲରେ ଝିଅର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । FM କଲେଜରୁ ଚାନ୍ଦିପୁର ଆଡକୁ ସାଇକେଲରେ ଯାଉଥିବା ବେଳର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଏହା ପରେ ଘଟଣାର ତନାଘନା କରିଛି କ୍ରାଇମବ୍ରାଞ୍ଚ । ମୃତ ଛାତ୍ରୀ ଜଣକ ନିଜେ ପେଟ୍ରୋଲ ଆଣି ନିଜ ଦେହରେ ନିଆଁ ଲଗାଇଥିବା ଘଟଣା ଏକ ପ୍ରକାର ସ୍ପଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି,ଅଧିକ ତଦନ୍ତ ଯାଇ ରଖିଛି କ୍ରାଇମବ୍ରାଞ୍ଚ ।

Tags: