ବନ୍ୟା ସତର୍କତା,୨୪ ଘଣ୍ଟା ପାଟ୍ରୋଲିଂ ପାଇଁ SRCଙ୍କ ନିର୍ଦେଶ
ଭୁବେନେଶ୍ୱର : ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ଏସଆରସି ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ବୈଠକରେ ନିଷ୍ପତି ଅନୁଯାୟୀ ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଦୁର୍ବଳ […]
ଭୁବେନେଶ୍ୱର : ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ଏସଆରସି ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଥିଲେ । ବୈଠକରେ ନିଷ୍ପତି ଅନୁଯାୟୀ ଦୁର୍ବଳ ନଦୀବନ୍ଧରେ ୨୪ ଘଣ୍ଟିଆ ପାଟ୍ରୋଲିଂ ପାଇଁ ଏସଆରସି ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଦୁର୍ବଳ ନଦୀ ବନ୍ଧଗୁଡ଼ିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବା ସହ ସ୍ଥାନୀୟ ପୋଲିସ ଓ ଜଳସମ୍ପଦ ବିଭାଗ ଯନ୍ତ୍ରୀ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ରହିଛି । ସେହିପରି ପାଟ୍ରୋଲିଂ କଡ଼ାକଡ଼ି କରିବା ସହିତ ଦରକାର ପଡ଼ିଲେ ତଳୁଆ ଅଞ୍ଚଳରୁ ସ୍ତାନାନ୍ତର କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ନିରାପଦ ବିଲ୍ଡିଂରେ ରହିବା ଏବଂ ଖାଇବାର ବ୍ୟବସ୍ଥା ପାଇଁ କହିଛନ୍ତି ଏସଆରସି ।
ଅନ୍ୟପଟେ ବନ୍ୟା ମୁକାବିଲା ପାଇଁ ୧୫ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା । ମୁକାବିଲା ପାଇଁ ମୁତୟନ ଅଛନ୍ତି ୮ NDRF, ୧୩ ODRAF, ୨୩ ଅତିରିକ୍ତ ଫାୟାର ଟିମ୍ । ଭଦ୍ରକ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଟିମ ମୁତୟନ ଅଛନ୍ତି । ସେହିପରି ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, ବାଲେଶ୍ୱର ଜିଲ୍ଲାରେ ମୁତୟନ କରାଯାଇଛି । କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ଟିମ୍ ମୁତୟନ ଅଛି । ସେହିପରି ଆଜି ସନ୍ଧ୍ୟା ସୁଦ୍ଧା ମହାନଦୀରେ ପିକ୍ ଫ୍ଲଡ୍ ଆସିବ ବୋଲି ପୂର୍ବାନୁମାନ ହୋଇଥିବା ବେଳେ ହୀରାକୁଦର କୌଣସି ବି ଗେଟ୍ ଖୋଲାଯିବନି ବୋଲି SRC ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି।




