ଝାରସୁଗୁଡା – ମୁମ୍ବାଇ ମଧ୍ୟରେ ବିମାନ ସେବା ଆରମ୍ଭ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ଅପେକ୍ଷାର ଘଟିଛି ଅନ୍ତ । ବିମାନ ସେବା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା । ଏଣିକି ଶିଳ୍ପନଗରୀ ଝାରସୁଗୁଡ଼ାରୁ ମେଟ୍ରୋ ସିଟି ମୁମ୍ବାଇକୁ ଯାତାୟାତ ହେଲା ସହଜ । ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା । ସପ୍ତାହର ସବୁଦିନ ବିମାନ ଚଳାଚଳ କରିବ । ଆଜି ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ବିମାନ ବାହାରି ଅପରାହ୍ନ ୧ ଟାରେ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ଅପେକ୍ଷାର ଘଟିଛି ଅନ୍ତ । ବିମାନ ସେବା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡିଶା । ଏଣିକି ଶିଳ୍ପନଗରୀ ଝାରସୁଗୁଡ଼ାରୁ ମେଟ୍ରୋ ସିଟି ମୁମ୍ବାଇକୁ ଯାତାୟାତ ହେଲା ସହଜ । ଝାରସୁଗୁଡ଼ା-ମୁମ୍ବାଇ ମଧ୍ୟରେ ଆରମ୍ଭ ହେଲା ବିମାନ ସେବା । ସପ୍ତାହର ସବୁଦିନ ବିମାନ ଚଳାଚଳ କରିବ । ଆଜି ପୂର୍ବାହ୍ନ ୧୦ଟା ୫୫ରେ ମୁମ୍ବାଇରୁ ଇଣ୍ଡିଗୋ ବିମାନ ବାହାରି ଅପରାହ୍ନ ୧ ଟାରେ ଝାରସୁଗୁଡା ପହଁଚିଛି। ଝାରସୁଗୁଡାରୁ ପୁଣି ୨ ଟାରୁ ବାହାରି ଅପରାହ୍ନ ୪ ଟା ୧୫ରେ ମୁମ୍ବାଇ ପହଞ୍ଚିବ ବିମାନ । ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟ୍‌ରେ ଚଳାଚଳ କରିବ। ୨୩୨ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ ।

ଆଜି ପ୍ରଥମ ଦିନରେ ୯୦ ଜଣ ଯାତ୍ରୀ ଝାରସୁଗୁଡା ଆସିଥିବା ବେଳେ ୯୦ ଜଣ ଯାତ୍ରୀଙ୍କୁ ନେଇ ଝାରସୁଗୁଡାରୁ ମୁମ୍ବାଇ ଯିବେ । ମୁମ୍ବାଇ ବିମାନବନ୍ଦରୁ ଇଣ୍ଡିଗୋ ବିମାନ ଆସି ଝାରସୁଗୁଡ଼ାରେ ପହଞ୍ଚିଛି । ଏଥିରେ ପ୍ରାୟ ୧୮୦ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ । ବିମାନସେବାକୁ ନେଇ ସମର ସିଡ୍ୟୁଲ୍ ପ୍ରକାଶ ପାଇ ନ ଥିବା ବେଳେ ଆଗକୁ ସମୟ ସାରଣୀରେ ପରିବର୍ତ୍ତନ ସମ୍ଭାବନା ରହିଛି।

ଅନ୍ୟପଟେ ଓଡିଶାରୁ ରାଜଧାନୀ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁକୁ ଇଣ୍ଡିଗୋର ବିମାନସେବା ଜାରି ରହିଛି। ସେହିପରି ଷ୍ଟାର ଏୟାର ପକ୍ଷରୁ ହାଇଦ୍ରାବାଦ, ରାୟପୁର ଏବଂ ଲକ୍ଷ୍ନୌକୁ ବିମାନସେବା ଆରମ୍ଭ ହୋଇଛି। ଏଲାୟନ୍ସ ଏୟାର ପକ୍ଷରୁ ଭୁବନେଶ୍ୱର- ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ସପ୍ତାହକୁ ତିନି ଦିନ ଜାରି ରହିଛି। ଝାରସୁଗୁଡ଼ା–ମୁମ୍ବାଇ ମଧ୍ୟରେ ବିମାନ ଚଳାଚଳକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Tags: