ଗୁରୁବାର ଅପରାହ୍ନ ରୁ ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ଉଡାଣ ବାତିଲ

ଭୁବନେଶ୍ୱର: ସାମୁଦ୍ରିକ ଝଡ ବାତ୍ୟା ପାଇଁ ଭୁବନେଶ୍ୱରରୁ ବାତିଲ ହେଲା ଉଡାଣ । ଗୁରୁବାର ଅପରାହ୍ନ ୫ଟା ରୁ ଶୁକ୍ରବାର ପୂର୍ବାହ୍ନ ୯ ଟା ଯାଏଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କୌଣସି ବିମାନ ଉଡି ପାରିବ ନାହିଁ କି ଆସିପାରିବ ନାହିଁ। ଏହି ନିର୍ଦ୍ଦେଶନାମା ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବାତ୍ୟା ‘ଦାନା’ ପାଇଁ ଏଏଆଇ […]

Samaya Live Picture
Published On

ଭୁବନେଶ୍ୱର: ସାମୁଦ୍ରିକ ଝଡ ବାତ୍ୟା ପାଇଁ ଭୁବନେଶ୍ୱରରୁ ବାତିଲ ହେଲା ଉଡାଣ । ଗୁରୁବାର ଅପରାହ୍ନ ୫ଟା ରୁ ଶୁକ୍ରବାର ପୂର୍ବାହ୍ନ ୯ ଟା ଯାଏଁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କୌଣସି ବିମାନ ଉଡି ପାରିବ ନାହିଁ କି ଆସିପାରିବ ନାହିଁ। ଏହି ନିର୍ଦ୍ଦେଶନାମା ୨୫ ତାରିଖ ଅର୍ଥାତ ଶୁକ୍ରବାର ସକାଳ ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବାତ୍ୟା ‘ଦାନା’ ପାଇଁ ଏଏଆଇ ଏପରି ନିଷ୍ପତ୍ତି ନେଇଛନ୍ତି।

ସୂଚନାନୁସାରେ,ବାତ୍ୟା ‘ଦାନା’ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇବା ସମ୍ଭାବନା ରହିଛି । ପାରାଦୀପ ଠାରୁ ୨୦୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଧାମରା ଠାରୁ ୨୪୦ କି.ମି. ଦୂରରେ କେନ୍ଦ୍ରୀଭୂତ । ଘଣ୍ଟା‌ପ୍ରତି ୧୨ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଦାନା’ ।

IMD ଡିଜି କହିଛନ୍ତି, ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ଦାନା’ । ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଭିତରକନିକା-ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବ । ୩ ଜିଲ୍ଲାରେ ବେଶୀ ପବନ ହେବ। କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ବେଶୀ ପବନ ହେବ। ଉକ୍ତ ୩ ଜିଲ୍ଲାରେ ୧୦୦ରୁ ୧୨୦ କିମି ପବନ ବହିପାରେ। ବାତ୍ୟା ଦାନାର ଆଖି ସୃଷ୍ଟି ହୋଇନି କି ହେବନି। ବଡ଼ ବାତ୍ୟା ହେଲେ ଆଖି ସୃଷ୍ଟି ହୋଇଥାଏ। ବାତ୍ୟା ଭୀଷଣ ବାତ୍ୟାରେ ସୀମିତଥିବାରୁ ଆଖି ହୋଇ ନାହିଁ। ବର୍ତ୍ତମାନ ଅବସ୍ଥାରେ ବାତ୍ୟାର ତୀବ୍ରତା ରହିବ। ଆଉ ବଢିବନି। ଲ୍ୟାଣ୍ଡଫଲ ପରେ ଟିକେ ବଙ୍କେଇବ ବାତ୍ୟାର ଗତିପଥ। ଲ୍ୟାଣ୍ଡଫଲର ପରେ ବାତ୍ୟା ପଶ୍ଚିମ- ଉତ୍ତର ପଶ୍ଚମିକୁ ଗତି କରିବ। ଲ୍ୟାଣ୍ଡଫଲ ପରେ ବର୍ଷାର ପରିମାଣ ଅଧିକ ରହିବ।

Tags: