ଓଡ଼ିଶାରେ ଖୋଲିବ ଆଉ ୫ ନୂଆ ମହିଳା ଏନ୍‌ସିସି ବାଟାଲିଅନ

ଭୁବନେଶ୍ବର: ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଆଉ ୫ ନୂଆ ମହିଳା ଏନ୍‌ସିସି ବାଟାଲିଅନ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି । ଚିଠିରେ କ୍ୟାଡେଟ୍‌ମାନଙ୍କ ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ୬୩ ହଜାର NCC କ୍ୟାଡେଟ୍‌ ରହିଥିବା ବେଳେ ଏହାକୁ ୯୦ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ […]

ଓଡ଼ିଶାରେ ଖୋଲିବ ଆଉ ୫ ନୂଆ ମହିଳା ଏନ୍‌ସିସି ବାଟାଲିଅନ
Samaya Live Picture
Published On

ଭୁବନେଶ୍ବର: ଛାତ୍ରୀମାନଙ୍କୁ ସଶକ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଓଡ଼ିଶାରେ ଆଉ ୫ ନୂଆ ମହିଳା ଏନ୍‌ସିସି ବାଟାଲିଅନ ଖୋଲିବାକୁ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ଏନ୍‌ସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି । ଚିଠିରେ କ୍ୟାଡେଟ୍‌ମାନଙ୍କ ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ ୬୩ ହଜାର NCC କ୍ୟାଡେଟ୍‌ ରହିଥିବା ବେଳେ ଏହାକୁ ୯୦ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ନୂଆ ମହିଳା NCC ବାଟାଲିୟନ ସ୍ଥାପନ ଏହି ଲକ୍ଷ୍ୟକୁ ତ୍ବରାନ୍ବିତ କରିବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Tags: