ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ

ଛତିଶଗଡ଼ : ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତରେ ସୁରକ୍ଷାକର୍ମୀଂକ ବଡ଼ ଧରଣର ଗୁଳିବିନିମୟ । ଏଥିରେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଗୁରୁବାର ସକାଳେ ସିଆରପିଏଫର କୋବ୍ରା ବାଟାଲିଅନ୍ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେସିଆଲ ଟାସ୍କ ଫୋର୍ସର ମିଳିତ ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି । ବର୍ତ୍ତମାନ ସୁଦ୍ଧା ବିଜାପୁର ଭଦ୍ରାଚଳମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି। ଅପରେସନରେ ବାୟୁ ସେନାର ହେଲିକପ୍ଟର […]

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ
Samaya Live Picture
Published On

ଛତିଶଗଡ଼ : ସୁରକ୍ଷାକର୍ମୀଙ୍କୁ ଆଉ ଏକ ସଫଳତା । ଛତିଶଗଡ଼-ତେଲେଙ୍ଗାନା ସୀମାନ୍ତରେ ସୁରକ୍ଷାକର୍ମୀଂକ ବଡ଼ ଧରଣର ଗୁଳିବିନିମୟ । ଏଥିରେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଗୁରୁବାର ସକାଳେ ସିଆରପିଏଫର କୋବ୍ରା ବାଟାଲିଅନ୍ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେସିଆଲ ଟାସ୍କ ଫୋର୍ସର ମିଳିତ ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି ।

ବର୍ତ୍ତମାନ ସୁଦ୍ଧା ବିଜାପୁର ଭଦ୍ରାଚଳମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି। ଅପରେସନରେ ବାୟୁ ସେନାର ହେଲିକପ୍ଟର ସାମିଲ ହୋଇଛି। ଅତ୍ଯାଧୁନିକ ଡ୍ରୋନ୍ ସାହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଉଛି। ତେବେ ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ଜାରି ଥିବାବେଳେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା ରହିଛି । ଅନ୍ୟପଟେ ଅପରେଶନରେ ସୁରକ୍ଷାକର୍ମୀଙ୍କ ମଧ୍ୟରୁ କୌଣସି ଆହତ ସୂଚନା ନାହିଁ ।

Tags: