୨ଟି ସଡକ ଦୁର୍ଘଟଣାରେ ୫ ମୃତ

ପୁରୀ/ନୟାଗଡ଼ : ବ୍ୟାପକ ସଡକ ସୁରକ୍ଷା ସଚେତନତା ସତ୍ୱେ ଥମୁନାହିଁ ଦୁର୍ଘଟଣା । ପ୍ରତିଦିନ ସଡକ ଦୁର୍ଘଟଣାରେ ଅନେକ ମୃତାହତ ହେଉଛନ୍ତି । ସେହିପରି ଗତକାଲି ୨ଟି ପୃଥକ ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣଙ୍କର ଜୀବନ ଯାଇଛି । ୨ଟି ଯାକ ଦୁର୍ଘଟଣା ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳିଛି । ଗତକାଲି ରାତି ପ୍ରାୟ ୨ଟା ବେଳେ ପୁରୀ ଜିଲ୍ଲା ନିମାପଡ଼ା-କୋଣାର୍କ ରାସ୍ତାର ବଢ଼େଇ ଛକରେ ଦୁର୍ଘଟଣା ଘଟି ୩ ଜଣ […]

୨ଟି ସଡକ ଦୁର୍ଘଟଣାରେ ୫ ମୃତ
Samaya Live Picture
Published On

ପୁରୀ/ନୟାଗଡ଼ : ବ୍ୟାପକ ସଡକ ସୁରକ୍ଷା ସଚେତନତା ସତ୍ୱେ ଥମୁନାହିଁ ଦୁର୍ଘଟଣା । ପ୍ରତିଦିନ ସଡକ ଦୁର୍ଘଟଣାରେ ଅନେକ ମୃତାହତ ହେଉଛନ୍ତି । ସେହିପରି ଗତକାଲି ୨ଟି ପୃଥକ ସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୫ ଜଣଙ୍କର ଜୀବନ ଯାଇଛି । ୨ଟି ଯାକ ଦୁର୍ଘଟଣା ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳିଛି । ଗତକାଲି ରାତି ପ୍ରାୟ ୨ଟା ବେଳେ ପୁରୀ ଜିଲ୍ଲା ନିମାପଡ଼ା-କୋଣାର୍କ ରାସ୍ତାର ବଢ଼େଇ ଛକରେ ଦୁର୍ଘଟଣା ଘଟି ୩ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଲେ ଚାରିଛକ ଦଣ୍ଡକିରି ଅଞ୍ଚଳର ସାଗର ମଲ୍ଲିକ, ଦୀପକ ମଲ୍ଲିକ ଓ ତୁଳସୀପୁରର ଜୟପ୍ରକାଶ ସାହୁ। ଏମାନେ ତିନି ଜଣ ଗୋଟିଏ ବାଇକରେ ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ମଣ୍ଡପରେ ପିଟି ହୋଇଥିଲେ। ସେଠାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଚମ୍ପାହାର ଅଗ୍ନିଶମ ବାହିନୀ ପହଞ୍ଚି ୩ ଜଣକୁ ଗୋପ ମେଡିକାଲ ନେଇଥିଲା। ସାଗର ମଲ୍ଲିକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପଟେ,ନୟାଗଡ଼ ଜିଲ୍ଲା ଇଟାମାଟିରେ ଘଟିଛି ଆଉ ଏକ ସଡକ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୋକାନ ଉପରକୁ ଏକ କାର ମାଡିଯିବାରୁ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କାର୍ ମାଲିକ ଓ ଜଣେ ପଥଚାରୀ । କାର୍ ମାଲିକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସାଗରୁଗାଁର ବୋଲି ଜଣାଯାଇଛି । କାରଟି ଦ୍ରୁତ ଗତିରେ ଆସି ରାସ୍ତାରେ ଯାଉଥିବା ଜଣେ ପଥଚାରୀଙ୍କ ଧକ୍କା ଦେଇ ଏକ ଦୋକାନ ଘର ଭିତରକୁ ମାଡି ଯାଇଥିଲା । ଦୁର୍ଘଟଣାରେ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ସେଠାରେ ଥିବା ଜିନିଷ ପତ୍ର ଗୁଡ଼ିକ ମଧ୍ୟ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

Tags: