ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୫ ମୃତ,୫ ଗୁରୁତର

ଭୁବନେଶ୍ୱର : ଥମୁନାହିଁ ସଡକ ଦୁର୍ଘଟଣା । ପ୍ରତି ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଆକାଳରେ ଚାଲିଯାଉଛି ଅନେକ ଜୀବନ । ସେହିପରି ଆଜି ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାପାଙ୍କ ମୃତଦେହ ନେଇ ଫେରିବା ବେଳେ ପୁଅ,ଜ୍ୱାଇଁଙ୍କ ସହ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦିବାକର ଜେନାଙ୍କୁ ଆଣି ଆସୁଥିବା ବେଳେ ତାଙ୍କ ପୁଅ ପୁଅ ସଞ୍ଜୟ […]

ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୫ ମୃତ,୫ ଗୁରୁତର
Samaya Live Picture
Published On

ଭୁବନେଶ୍ୱର : ଥମୁନାହିଁ ସଡକ ଦୁର୍ଘଟଣା । ପ୍ରତି ଦିନ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଆକାଳରେ ଚାଲିଯାଉଛି ଅନେକ ଜୀବନ । ସେହିପରି ଆଜି ୧୬ ନମ୍ୱର ଜାତୀୟ ରାଜପଥରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାପାଙ୍କ ମୃତଦେହ ନେଇ ଫେରିବା ବେଳେ ପୁଅ,ଜ୍ୱାଇଁଙ୍କ ସହ ୩ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦିବାକର ଜେନାଙ୍କୁ ଆଣି ଆସୁଥିବା ବେଳେ ତାଙ୍କ ପୁଅ ପୁଅ ସଞ୍ଜୟ ଜେନା , ଭିଣୋଇ ସୁଧାଂଶୁ ଦଳାଇ ଓ ଆମ୍ବୁଲାନ୍ସ ଡ୍ରାଇଭର ଦିଲ୍ଲୀପ ସିଂ ଏହି ଦୁର୍ଘଟଣାରେ ଜୀବନ ହାରିଛନ୍ତି । ଦିବାକର ଜେନାଙ୍କ ସ୍ତ୍ରୀ ସାବିତ୍ରୀ ଜେନା ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ମଇତାପୁର ନିକଟରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଭୋଗରାଇ ଥାନା ଅଧୀନ ପଲାସିଆ ଗାଁର ଦିବାକର ଜେନାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଦିବାକରଙ୍କ ମୃତ୍ୟୁ ହୋଇଥିଲା । ପରେ ତାଙ୍କ ମୃତଦେହକୁ ଏକ ଆମ୍ବୁଲାନ୍ସ ଯୋଗେ ଭୋଗରାଇ ଅଣାଯାଇଥିଲା । ରାସ୍ତାରେ ମଇତାପୁର ନିକଟରେ ଆମ୍ବୁଲାନ୍ସଟି ଏକ ଡମ୍ପରକୁ ପଛରୁ ଧକ୍କା ଦେଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଆମ୍ୱୁଲାନ୍ସରୁ ସମସ୍ତଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରି ଏହି ଘଟଣା ସମ୍ପର୍କରେ ପୋଲିସକୁ ଅବଗତ କରାଇଥିଲେ । ଭଦ୍ରକ ମେଡିକାଲରେ ମୃତ ଦିବାକରଙ୍କ ପୁଅ ସଞ୍ଜୟ ଜେନା, ଭିଣୋଇ ସୁଧାଂଶୁ ଦଳାଇ ଓ ଆମ୍ବୁଲାନ୍ସ ଡ୍ରାଇଭର ଦିଲ୍ଲୀପ ସିଂଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଦିବାକରଙ୍କ ସ୍ତ୍ରୀ ସାବିତ୍ରୀ ଜେନା ଗୁରୁତର ଭାବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏମେଇ ଖବର ପାଇବା ପରେ ମେଡିକାଲରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟିଛନ୍ତି । ସେପଟେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

ସେହିପରି ଭୁବନେଶ୍ୱରରେ ଆଜି ସକାଳୁ ସକାଳୁ ଆଉ ଏକ ଦୁର୍ଘଟଣା ଘଟିଛି । ଡିଭାଇଡର ଉପରକୁ କାର ଚଢ଼ିଯାଇ ୨ ଜଣ ଗୁରୁତର ହୋଇଛନ୍ତି । ଆଜି ସକାଳେ ପଶ୍ଚିମବଙ୍ଗରୁ ଏକ ପରିବାର ଭୁବନେଶ୍ୱର ଆସୁଥିଲେ । ଡମଣା ଛକ ନିକଟରେ କାରଟି ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଡିଭାଇଡର ଉପରେ ଚଢ଼ି ଯିବାରୁ ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଘଟିଛି ଆଉ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତକାଲି ସନ୍ଧ୍ୟାରେ ଢେଙ୍କିକୋଟ ନିକଟସ୍ଥ ସାନବରବେଡ଼ା ପାଖରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ବାଇକକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାପ ପୁଅଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ହେଲେ ଭଦ୍ରକ ଆହାରଦାର ଦିଲ୍ଲୀପ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ପୁଅ ପ୍ରୀତମ ଭଟ୍ଟାଚାର୍ଯ୍ୟ। ଉଭୟ ଏକ ବାଇକ୍‌ରେ କେନ୍ଦୁଝରରୁ ନିଜ ଗାଁକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ଟୋଲ୍‌ପ୍ଲାଜା ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଦୁଇଟି ମୃତଦେହ ଉଦ୍ଧାର କରି ଘଟଗାଁ ଡାକ୍ତରଖାନା ନେଇଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ପଛରେ ଏକ କାର୍‌ ଧକ୍କା ହେବାରୁ ସେଥିରେ ଥିବା ଦୁଇଜଣ ଆହତ ହୋଇଛନ୍ତି।

Tags: