ଏସସିବିରେ ଚାକିରି ବିକ୍ରି ଘଟଣାରେ ୫ ଗିରଫ
କଟକ ଏସସିବିରେ ଚାକିରି ବିକ୍ରି ମାମଲା। ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତକୁ ମଙ୍ଗଳାବାଗ ପୁଲିସ ଗିରଫ କରିଛି। ଗିରଫଦାରୀ ସଂଖ୍ୟା ଏବେ ୫ ରେ ପହଞ୍ଚିଛି। ଦୁଇ ଅଭିଯୁକ୍ତ ଏସସିବିରେ ନିୟୋଜିତ ଘରୋଇ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀ। ଅଭିଯୁକ୍ତ ଦ୍ଵୟ ହେଲେ ଦେବାଶିଷ ଦାସ ଓ ଅକ୍ଷୟ ପ୍ରଧାନ। ଏମାନେ ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏମାନେ ପୂର୍ଵରୁ ଗିରଫ […]
କଟକ ଏସସିବିରେ ଚାକିରି ବିକ୍ରି ମାମଲା। ଏହି ଘଟଣାରେ ଆଉ ଦୁଇ ଅଭିଯୁକ୍ତକୁ ମଙ୍ଗଳାବାଗ ପୁଲିସ ଗିରଫ କରିଛି। ଗିରଫଦାରୀ ସଂଖ୍ୟା ଏବେ ୫ ରେ ପହଞ୍ଚିଛି। ଦୁଇ ଅଭିଯୁକ୍ତ ଏସସିବିରେ ନିୟୋଜିତ ଘରୋଇ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀ। ଅଭିଯୁକ୍ତ ଦ୍ଵୟ ହେଲେ ଦେବାଶିଷ ଦାସ ଓ ଅକ୍ଷୟ ପ୍ରଧାନ। ଏମାନେ ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏମାନେ ପୂର୍ଵରୁ ଗିରଫ ହୋଇଥିବା ଅର୍ପିତ ଓ ଅର୍ଜିତଙ୍କ ସହଯୋଗୀ ଥିବା ଜଣାପଡିଛି।
ସୂଚନାନୁସାରେ,କଟକ ସହରରେ ସରକାରୀ ଚାକିରି ଯୋଗାଇ ଦେବା ନାଁରେ ଚାଲିଥିଲା ଠକେଇ ସିଣ୍ଡିକେଟ୍। ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲରେ ଚାକିରି ଯୋଗାଇ ଦେବାକୁ ଆଶାୟୀମାନଙ୍କୁ ଦିଆଯାଉଥିଲା ପ୍ରଲୋଭନ। କେଉଁ ସ୍ଥାନରେ ନିଯୁକ୍ତି ମିଳିବ, ସେହି ଅନୁଯାୟୀ ଦର କଷୁଥିଲେ ଦଲାଲ। ଏହିଭଳି ଭାବେ ଠକେଇର ଶିକାର ହୋଇଥିଲେ ୮୨ ଜଣ ଆଶାୟୀ। ଏହି କଳା କାରବାର ଉପରୁ ଧୀରେଧୀରେ ପର୍ଦ୍ଦା ଉଠିବାରେ ଲାଗିଛି। ତେବେ ଚିନ୍ତାର ବିଷୟ ଏସସିବି ମେଡ଼ିକାଲରେ ଚାକିରି କରାଇ ଦେବା ନାଁରେ ମଧ୍ୟ ଠକେଇ ହୋଇଛି। ଏହି ଅଭିଯୋଗରେ ଗତ ଶନିବାର ମଙ୍ଗଳାବାଗ ଥାନା ପୋଲିସ ୨ ଭାଇଙ୍କୁ ଗିରଫ କରିଥିବା ବେଳେ ଗତକାଲି ରାତିରେ ଆଉ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୭ ଲକ୍ଷ ଟଙ୍କା ଏବଂ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।




