ସମୁଦ୍ର ମଝିରେ ବୁଡିଗଲା ମତ୍ସ୍ୟଜୀବୀ ଡଙ୍ଗା,୬ ଉଦ୍ଧାର
ବାଲେଶ୍ବର: ମଝି ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା । ମାଛ ମାରିବାକୁ ଯାଇଥିବାବେଳେ ବାଲେଶ୍ୱର ଜିଲ୍ଲା ତାଳସାରି ମୁହାଣରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ୬ ମତ୍ସ୍ୟଜୀବୀ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ,ଆଜି ସକାଳେ ଏକ ଡଙ୍ଗାରେ ୬ ମତ୍ସ୍ୟଜୀବୀ ମାଛମାରିବା ପାଇଁ ସମୁଦ୍ରକୁ ଯାଇଥିଲେ। ତାଳସାରୀ ବେଳାଭୂମି ଠାରୁ ପାଖାପାଖି ୨ କିମି ସମୁଦ୍ର ଭିତରେ […]
ବାଲେଶ୍ବର: ମଝି ସମୁଦ୍ରରେ ବୁଡ଼ିଲା ମାଛଧରା ଡଙ୍ଗା । ମାଛ ମାରିବାକୁ ଯାଇଥିବାବେଳେ ବାଲେଶ୍ୱର ଜିଲ୍ଲା ତାଳସାରି ମୁହାଣରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ୬ ମତ୍ସ୍ୟଜୀବୀ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ,ଆଜି ସକାଳେ ଏକ ଡଙ୍ଗାରେ ୬ ମତ୍ସ୍ୟଜୀବୀ ମାଛମାରିବା ପାଇଁ ସମୁଦ୍ରକୁ ଯାଇଥିଲେ। ତାଳସାରୀ ବେଳାଭୂମି ଠାରୁ ପାଖାପାଖି ୨ କିମି ସମୁଦ୍ର ଭିତରେ ଏକ ଉଚ୍ଚ ଜୁଆର ଆସିବାରୁ ଅନ୍ୟ ଏକ ଡ଼ଙ୍ଗା ସହ ମତ୍ସ୍ୟଜୀବୀଙ୍କ ଡଙ୍ଗାଟି ଧକ୍କା ହୋଇ ବୁଡିଯାଇଥିଲା । ଡଙ୍ଗାରେ ଥିବା ଇଲିଶି ମାଛ ସହିତ ଜାଲ ଓ ୬ଜଣ ମତ୍ସ୍ୟଜୀବୀ ମଧ୍ୟ ବୁଡିଯାଇଥିଲେ । ତେବେ ମତ୍ସ୍ୟଜୀବୀ ମାନେ ପହଁରି ପହଁରି କୂଳକୁ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ଦୀଘା ହସପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନେ ସୁସ୍ଥ ଥିବା ନେଇ ସୂଚନା ମିଳିଛି ।




