ଗୋପାଳପୁର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓଲଟି ୧ ମୃତ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଓଲଟି ପଡିଲା ମତ୍ସଜୀବୀଙ୍କର ଡଙ୍ଗା I ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବି. ବୈରାଗୀ । ବୟସ ୬୩ ବର୍ଷ । ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି I ଆଜି ଭୋରରୁ ବି. ବୈରାଗୀଙ୍କ ସମେତ ତିନିଜଣ ବି. ବୈରାଗୀ. ଏମ.ବାଲାରାଜୁ, ଓ ଏମ.ସିମୁଡ଼ୁ ମାଛ ମାରିବାକୁ ଯାଉଥିବା ବେଳେ ଏକ […]
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଅଘଟଣ । ମାଛ ମାରିବାକୁ ଯାଉଥିବା ବେଳେ ଓଲଟି ପଡିଲା ମତ୍ସଜୀବୀଙ୍କର ଡଙ୍ଗା I ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବି. ବୈରାଗୀ । ବୟସ ୬୩ ବର୍ଷ । ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି I
ଆଜି ଭୋରରୁ ବି. ବୈରାଗୀଙ୍କ ସମେତ ତିନିଜଣ ବି. ବୈରାଗୀ. ଏମ.ବାଲାରାଜୁ, ଓ ଏମ.ସିମୁଡ଼ୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ଼ ଲହଡ଼ିରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ସମସ୍ତେ ପାଣିରେ ପଡ଼ିଯିବା ସହ ବୈରାଗୀ ଡଙ୍ଗା ତଳେ ଚାପି ହୋଇ ଯାଇଥିଲେ। ଏଥିରେ ବୈରାଗୀ ଗୁରୁତର ଆହତ ହୋଇଥିଲେ । ବୈରାଗୀ ଗୁରୁତର ହେବାରୁ ତାଙ୍କୁ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବୈରାଗୀଙ୍କ ସହିତ ଥିବା ଅନ୍ୟ ୨ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଛି I ଏହି ଘଟଣାକୁ ନେଇ ମୃତକଙ୍କ ପତ୍ନୀ ବି.ଗାରମ୍ମା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।




