ପ୍ରବାସୀ ଭାରତୀୟ ଦିବସ ପାଇଁ ଫିସର ମ୍ୟାନ୍ ବୋଟ୍ ରେସ୍ ପ୍ରତିଯୋଗିତା

ପୁରୀ : ପ୍ରବାସୀ ଭାରତୀୟ ଦିବସ ଅବସରରେ ପୁରୀ ବେଳାଭୂମିରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ଆଜି ମତ୍ସ୍ୟଜୀବୀମାନଙ୍କୁ ନେଇ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରୀ ସମୁଦ୍ର କୂଳରେ ଫିସର ମ୍ୟାନ୍ ବୋଟ୍ ରେସ୍ ପ୍ରତିଯୋଗିତା କରାଯାଇଛି। ଏହି ରେସ୍‌ରେ ସମୁଦାୟ ୨୧ ଟି ବୋଟ୍ ସାମିଲ୍ ଥିବାବେଳେ ଗୋଟିଏ ବୋଟ୍‌ରେ ଦୁଇଜଣ ଲେଖାଁଏ ଭାଗ ନେଇଛନ୍ତି। ଏହିପରି ଭାବେ ସମୁଦାୟ ୫୦ ଜଣ ମତ୍ସ୍ୟଜୀବୀ […]

Samaya Live Picture
Published On

ପୁରୀ : ପ୍ରବାସୀ ଭାରତୀୟ ଦିବସ ଅବସରରେ ପୁରୀ ବେଳାଭୂମିରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ଆଜି ମତ୍ସ୍ୟଜୀବୀମାନଙ୍କୁ ନେଇ ଏକ ନିଆରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପୁରୀ ସମୁଦ୍ର କୂଳରେ ଫିସର ମ୍ୟାନ୍ ବୋଟ୍ ରେସ୍ ପ୍ରତିଯୋଗିତା କରାଯାଇଛି। ଏହି ରେସ୍‌ରେ ସମୁଦାୟ ୨୧ ଟି ବୋଟ୍ ସାମିଲ୍ ଥିବାବେଳେ ଗୋଟିଏ ବୋଟ୍‌ରେ ଦୁଇଜଣ ଲେଖାଁଏ ଭାଗ ନେଇଛନ୍ତି। ଏହିପରି ଭାବେ ସମୁଦାୟ ୫୦ ଜଣ ମତ୍ସ୍ୟଜୀବୀ ଭାଗ ନେଇଛନ୍ତି। ମତ୍ସ୍ୟଜୀବୀଙ୍କ ଏଭଳି ବୋଟ୍ ରେସ୍ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ବହୁ ନାମିଦାମୀ କଣ୍ଠଶିଳ୍ପୀ ପୁରୀ ବିଚ୍ ଫେଷ୍ଟିଭାଲରେ ବିଭିନ୍ନ ଗୀତ ପରିବେଷଣ କରି ଦର୍ଶକଙ୍କୁ ଆମୋଦିତ କରୁଛନ୍ତି। ଆଧୁନିକ ନୃତ୍ୟ ସହିତ ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ପୁରୀ ବିଚ୍ ଫେଷ୍ଟିଭାଲର ମଞ୍ଚ।

Tags: