ପାରାଦୀପରେ ପୁଣି ମାଛ ମଡ଼କ
ପାରାଦୀପ : ପାରାଦୀପରେ ପୁଣି ମାଛ ମଡ଼କ l କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ l ସ୍ମୃତି ଉଦ୍ୟାନ ନିକଟସ୍ଥ କପିଳଯୋରରେ ଭାସୁଛି ମଲା ମାଛ l ଦୁଇ ଦିନ ଧରି ମାଛ ମରି ଭାସୁଛନ୍ତି l ମାଛ ମରି ଭାସୁଥିବାରୁ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l ସୂଚନାନୁସାରେ ,ପାରାଦୀପ ବନ୍ଦର ସହର ଚତୁଃପାଶର୍ବରେ ଥିବା କପିଳଯୋର, କଂସାରୀପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ସୋମବାର ବିପୁଳ ପରିମାଣର ମାଛ ମରି ଭାସୁଥିବା […]
ପାରାଦୀପ : ପାରାଦୀପରେ ପୁଣି ମାଛ ମଡ଼କ l କପିଳଯୋରରେ ଭାସୁଛି କ୍ୟୁଣ୍ଟାଲ କ୍ୟୁଣ୍ଟାଲ ମାଛ l ସ୍ମୃତି ଉଦ୍ୟାନ ନିକଟସ୍ଥ କପିଳଯୋରରେ ଭାସୁଛି ମଲା ମାଛ l ଦୁଇ ଦିନ ଧରି ମାଛ ମରି ଭାସୁଛନ୍ତି l ମାଛ ମରି ଭାସୁଥିବାରୁ ଦୂର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି l
ସୂଚନାନୁସାରେ ,ପାରାଦୀପ ବନ୍ଦର ସହର ଚତୁଃପାଶର୍ବରେ ଥିବା କପିଳଯୋର, କଂସାରୀପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ସୋମବାର ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନୀଳ ରଙ୍ଗ ହୋଇଯାଇଛି l ନଦୀ ସଲଗ୍ନ ଅଞ୍ଚଳରେ ଦୁର୍ଗନ୍ଧ ହୋଇଛି l ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ କହିଛନ୍ତି ଆଇଓସିଏଲ ବର୍ଜ୍ୟବସ୍ତୁ ର ପାଣି ସମୁଦ୍ର ଓ ନଦୀରେ ମିଶିବା ଫଳରେ ସମୁଦ୍ର ଓ ପାରାଦୀପର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ନଦୀର ପାଣି ବିଷାକ୍ତ ହୋଇଛି l ଫଳରେ କୁଢ଼ କୁଢ଼ ମାଛ ମରି ଭାସୁଥିବାର ଦେଖାଯାଇଛି l ଏହାକୁ ନେଇ ପାରାଦୀପର ବିଭିନ୍ନ ସଂଗଠନ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି l




