ନୂଆପଡା ଜିଲ୍ଲାରେ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଅଭିଯୋଗ

ନୂଆପଡା : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଆସନ୍ତା ୧୫ ତାରିଖ ଯାଏ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ୱର । ଆଜି ୪ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଏହାରି ମଧ୍ୟରେ ନୂଆପଡ଼ା ଜିଲ୍ଲାରୁ ପ୍ରଥମ ଅଂଶୁଘାତ ଜନିତ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ଜଣକ […]

Samaya Live Picture
Published On

ନୂଆପଡା : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଆସନ୍ତା ୧୫ ତାରିଖ ଯାଏ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ୱର । ଆଜି ୪ ଜିଲ୍ଲାକୁ ହିଟ୍‌ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଏହାରି ମଧ୍ୟରେ ନୂଆପଡ଼ା ଜିଲ୍ଲାରୁ ପ୍ରଥମ ଅଂଶୁଘାତ ଜନିତ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ଜଣକ ହେଉଛନ୍ତି ଗୋଡ଼ଫୁଲା ପଞ୍ଚାୟତ ଜୁନାନି ଗାଁର ବାଜେ ବିଭାର(୪୨)।

ସେ ଗତକାଲି ଅପରାହ୍ଣ ୨ଟା ସମୟରେ ଗାଁ ପାଖ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ। ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କଲେ ହେଲେ ପାଇଲେନି। ଆଜି ସକାଳୁ ଲୋକମାନେ ଜଙ୍ଗଲ ଯିବା ସମୟରେ ଯୁନାନୀ ଗାଁର ଡ଼. ଅନିଲ କୁମାର ନାୟକଙ୍କ ଜମିରେ ଥିବା ନଳକୂପ ପାଖରେ ବାଜେ ବିଭାରଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ।

ବର୍ତ୍ତମାନ ସାରା ରାଜ୍ୟରେ ଖରାର ପ୍ରକୋପ ବଢ଼ି ଚାଲିଥିବାରୁ ପରିବାର ତରଫରୁ ଏହା ଏକ ଅଂଶୁଘାତଜନିତ ମୃତ୍ୟୁ ବୋଲି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସଦର ଥାନା ପୁଲିସ୍ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

Tags: