ଆଜି ପ୍ରଥମ ପର୍ଯ୍ୟାୟ ମତଦାନ : ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି
ଭୁବନେଶ୍ୱର : ଆଜି ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ I ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ସହ ୨୮ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୯ ଟା ବେଳକୁ ୯.୨୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି I ସହ ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ୟରେ ଭୋଟ ଦେଉଛି ଓଡ଼ିଶା […]
ଭୁବନେଶ୍ୱର : ଆଜି ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ I ଓଡ଼ିଶାର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ସହ ୨୮ ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୯ ଟା ବେଳକୁ ୯.୨୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି I ସହ ଏହି ଚାରି ସଂସଦୀୟ କ୍ଷେତ୍ରରେ ୭୩୦୩ ମତଦାନ କେନ୍ଦ୍ରରେ ଲୋକେ ମତଦାନ କରୁଛନ୍ତି । ଏହି ଅବସରରେ ସଂପୂର୍ଣ୍ଣ ଉତ୍ସାହ ମଧ୍ୟରେ ଭୋଟ ଦେଉଛି ଓଡ଼ିଶା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମତ ପ୍ରକାଶ କରିଛନ୍ତି ।
କୋରାପୁଟରେ ସର୍ବାଧିକ ୧୩.୧୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮ ପ୍ରତିଶତ ମତଦାନ ହୋଇଛି I ସେହିଭଳି ଗଜପତିରେ ୧୦.୨୦%, କଳାହାଣ୍ଡିରେ ୬.୮୧%, ମାଲକାନିଗିରିରେ ୯.୧୫%, ନବରଙ୍ଗପୁରରେ ୮.୮୭%, ନୂଆପଡାରେ ୯.୯୮%, ରାୟଗଡାରେ ୭.୫୨% ମତଦାନ ହୋଇଛି । ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବାକୁ ଥିବା ବେଳେ ମତଦାନ ହାର ଆହୁରି ବୃଦ୍ଧି ପାଇବ ।
ଅନ୍ୟପଟେ ମତଦାନ ହେଉଥିବା କେତେକ ସ୍ଥାନରେ ଇଭିଏମ୍ ରେ ତ୍ରୁଟି ଦେଖା ଦେଇଛି ସବୁ ସ୍ଥାନରେ ତୁରନ୍ତ ୩୦ ମିନିଟ୍ ମଧ୍ୟରେ ଅତିରିକ୍ତ ଇଭିଏମ୍ ର ବ୍ୟବସ୍ଥା କରାଯାଉଛି । ତେଣୁ ବ୍ୟସ୍ତ ନହୋଇ ସଂପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ମଧ୍ୟରେ ମତଦାନ କରିବା ପାଇଁ ଶ୍ରୀ ଧଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।
ମାଲାକାନଗିରିର ସ୍ବାଭିମାନ ଅଂଚଳରେ ସାଧାରଣ ନିର୍ବାଚନ-୨୦୧୯ରେ ବିଏସ୍ଏଫ୍ କ୍ୟାମ୍ପରେ ମତଦାନ କରିଥିବା ଲୋକେ ଏଇଥର ନିଜ ନିଜ ବୁଥ ରେ ମତଦାନ କରୁଛନ୍ତି । ଅନ୍ୟ ସମସ୍ତ ଅଂଚଳରେ ମଧ୍ୟ ସମସ୍ତେ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି I




