ଖୋର୍ଦ୍ଧାରେ ଖୋଲିଲା ପ୍ରଥମ ଗାଡ଼ି ସ୍କ୍ରାପ୍ ୟୁନିଟ୍
ଭୁବନେଶ୍ବର : ଖୋର୍ଦ୍ଧା ପିତାପଲ୍ଲୀରେ ଆରମ୍ଭ ହେଲା ପ୍ରଥମ ଗାଡି ସ୍କ୍ରାପିଙ୍ଗ ୟୁନିଟ I ୧୫ ବର୍ଷରୁ ଅଧିକ ହୋଇସାରିଥିବା ଗାଡିକୁ ସ୍କ୍ରାପିଂ କରାଯାଇ ଗାଡି ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ବିଧିବଦ୍ଧ ଭାବେ ଗାଡ଼ି ସ୍କ୍ରାପିଂ ୟୁନିଟ ଆଜିଠୁ କାର୍ଯ୍ୟକ୍ଷମ ହୋଇଛି I ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଛନ୍ତି ପ୍ରଥମ ପର୍ଯ୍ୟାୟରେ ପୋଲିସ୍ ଓ ଅଗ୍ନିଶମ ବିଭାଗର ୩୨୩ଟି ଗାଡ଼ି […]
ଭୁବନେଶ୍ବର : ଖୋର୍ଦ୍ଧା ପିତାପଲ୍ଲୀରେ ଆରମ୍ଭ ହେଲା ପ୍ରଥମ ଗାଡି ସ୍କ୍ରାପିଙ୍ଗ ୟୁନିଟ I ୧୫ ବର୍ଷରୁ ଅଧିକ ହୋଇସାରିଥିବା ଗାଡିକୁ ସ୍କ୍ରାପିଂ କରାଯାଇ ଗାଡି ମାଲିକଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଯିବ। ରାଜ୍ୟରେ ବିଧିବଦ୍ଧ ଭାବେ ଗାଡ଼ି ସ୍କ୍ରାପିଂ ୟୁନିଟ ଆଜିଠୁ କାର୍ଯ୍ୟକ୍ଷମ ହୋଇଛି I ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଲୋକାର୍ପଣ କରିଛନ୍ତି ପ୍ରଥମ ପର୍ଯ୍ୟାୟରେ ପୋଲିସ୍ ଓ ଅଗ୍ନିଶମ ବିଭାଗର ୩୨୩ଟି ଗାଡ଼ି ସ୍କ୍ରାପ ପାଇଁ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ଏହା ପରେ ତାଲିକାଭୁକ୍ତ ହୋଇଥିବା ବିଭିନ୍ନ ବିଭାଗର ସରକାରୀ ଗାଡ଼ି ସ୍କ୍ରାପିଂ ପାଇଁ ଅଣାଯିବ ।
ଖୋର୍ଦ୍ଧାଠାରେ ରାଜ୍ୟର ପ୍ରଥମ ସ୍କ୍ରାପ୍ ୟୁନିଟ୍ ଖୋଲିବା ସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟଭାବେ ସ୍କ୍ରାପ୍ ନୀତି କାର୍ଯ୍ୟକାରୀ କରିଛି। ଖୋର୍ଦ୍ଧା ପରେ ଯାଜପୁର ଠାରେ ଦ୍ୱିତୀୟ ସ୍କ୍ରାପିଂ ୟୁନିଟ୍ ଖୋଲିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ଟାଟା କମ୍ପାନୀ ସୁନ୍ଦରଗଡ଼ ଠାରେ ଏକ ସ୍କ୍ରାପ୍ ୟୁନିଟ୍ ସ୍ଥାପନ ପାଇଁ ସରକାରୀ ସ୍ତରରେ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ ପୁଲିସ ଓ ଅଗ୍ନିଶମ ବିଭାଗର ୩୨୩ଟି ଗାଡ଼ି ସ୍କ୍ରାପ୍ ପାଇଁ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି। ଏହା ପରେ ତାଲିକା ଭୁକ୍ତ ହୋଇଥିବା ବିଭିନ୍ନ ବିଭାଗର ସରକାରୀ ଗାଡ଼ି ସ୍କ୍ରାପିଂ ପାଇଁ ଅଣାଯିବ। ଖୋର୍ଦ୍ଧା ପିତାପଲ୍ଲୀ ସ୍କ୍ରାପ୍ ୟୁନିଟ୍ରେ ଦୈନିକ ୫୦ଟି ଗାଡ଼ି ସ୍କ୍ରାପିଂ ହୋଇପାରିବ। ୧୫ ବର୍ଷରୁ ଅଧିକ ସରକାରୀ ଓ ବାଣିଜ୍ୟିକ ଗାଡ଼ିର ସ୍କ୍ରାପିଂ ଆରମ୍ଭ ହେବ। ପରିବେଶ ପ୍ରଦୂଷଣ ଦୂର କରିବା, ରାସ୍ତାକୁ କ୍ଷତିରୁ ରକ୍ଷା କରିବା, ଗାଡ଼ିର ଇନ୍ଧନ ଦକ୍ଷତା ବୃଦ୍ଧି କରିବା ଭଳି ୭ଟି ଲକ୍ଷ୍ୟ ନେଇ ଗାଡ଼ି ସ୍କ୍ରାପିଂ ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏ ନେଇ ପରିବହନ ବିଭାଗ ପକ୍ଷରୁ ଗାଡ଼ି ସ୍କ୍ରାପିଂ ନୀତି ପ୍ରଣୟନ କରାଯାଇଛି। ଗାଡ଼ି ସ୍କ୍ରାପିଂ ପାଇଁ କେନ୍ଦ୍ର ସରକାର ଯେଉଁ ମାର୍ଗଦର୍ଶିକା ଜାରି କରିଥିଲେ ତାହାର ଅନୁପାଳନ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ତେବେ ଘରୋଇ ଗାଡ଼ିର ସ୍କ୍ରାପ୍ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।




