ଏସସିବିରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କ ମୃତ୍ୟୁ
କଟକ : SCB ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ରୋଗୀଙ୍କର ମୃତ୍ୟୁ ଘଟିଛି । ଆଜି ଭୋରରୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ତାଙ୍କ ନାଁ ଶୁଭ୍ରାଂଶୁ ସାହୁ I ଘର ଖୋର୍ଦ୍ଧା ଜିଲ୍ଲାରେ I ଜାନୁୟାରୀ ୯ ତାରିଖରେ SCBରେ ହାପ୍ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଆଜି ଭୋରରୁ ଶୁଭ୍ରାଂଶୁଙ୍କ ମୃତ୍ୟୁ ନେଇ ମେଡିକାଲ ପକ୍ଷରୁ ସୂଚନା ଦେଇଛନ୍ତି । ଉଭୟ କର୍କଟ ଓ ରକ୍ତ ରୋଗ ପାଇଁ ରାଜ୍ୟ ସରକାର […]
କଟକ : SCB ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ରୋଗୀଙ୍କର ମୃତ୍ୟୁ ଘଟିଛି । ଆଜି ଭୋରରୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ତାଙ୍କ ନାଁ ଶୁଭ୍ରାଂଶୁ ସାହୁ I ଘର ଖୋର୍ଦ୍ଧା ଜିଲ୍ଲାରେ I ଜାନୁୟାରୀ ୯ ତାରିଖରେ SCBରେ ହାପ୍ଲୋ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଆଜି ଭୋରରୁ ଶୁଭ୍ରାଂଶୁଙ୍କ ମୃତ୍ୟୁ ନେଇ ମେଡିକାଲ ପକ୍ଷରୁ ସୂଚନା ଦେଇଛନ୍ତି । ଉଭୟ କର୍କଟ ଓ ରକ୍ତ ରୋଗ ପାଇଁ ରାଜ୍ୟ ସରକାର ମାଗଣାରେ ବିଏମ୍ଟି ପ୍ରଦାନ କରୁଥିବା କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅସ୍ଥିମଜ୍ଜା ପ୍ରତିରୋପଣ (ବିଏମ୍ଟି) ୟୁନିଟ୍ରେ ଡାକ୍ତରମାନେ ପ୍ରଥମ ହାପ୍ଲୋଜେନିକ୍ ପ୍ରତିରୋପଣ କରିଥିଲେ।
ହାପ୍ଲୋ-ବିଏମ୍ଟି ହେଉଛି ଏକ ବୈପ୍ଳବିକ ଜୀବନ ରକ୍ଷାକାରୀ ପ୍ରକ୍ରିୟା କାରଣ ଏହା ଅଧା ମେଳ ଖାଉଥିବା ଦାତାଙ୍କଠାରୁ ପ୍ରତିରୋପଣକୁ ସକ୍ଷମ କରେ । ପିତାମାତା, ପିଲା ଏବଂ ମାମୁଁ, ସମ୍ପର୍କୀୟ ଏବଂ ମାଉସୀଙ୍କ ଭଳି ଅନ୍ୟ ସମ୍ପର୍କୀୟମାନେ,ଯେଉଁମାନେ ଅଧା ମେଳ ଖାଇବେ, ଏହି ପଦ୍ଧତି ଦ୍ୱାରା ଦାତା ହୋଇପାରିବେ । ସେହିପରି ଶୁଭ୍ରାଂଶୁଙ୍କୁ ଗତ ୯ ତାରିଖରେ ତାଙ୍କ ସାନ ଭାଇର ବୋନ ଷ୍ଟେମ ଆଣି ପ୍ରତିରୋପଣ କରାଯାଇଥିଲା। ଏହି ଅସ୍ତ୍ରୋପଚାର ପରେ ଶୁଭ୍ରାଂଶୁ ଓ ତାଙ୍କ ସାନ ଭାଇଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲା। ଅସ୍ତ୍ରୋପଚାର ପର ଦିନ ଶୁଭ୍ରାଂଶୁଙ୍କ ସାନଭାଇଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଏହାସହ ଶୁଭ୍ରାଂଶୁ ସ୍ୱାସ୍ଥ୍ୟବସ୍ଥାର ସୁଧାର ଆସୁଥିଲା। ଏଦେଖି ଡାକ୍ତରମାନେ ଖୁସିଥିଲେ। ଆଜି ଭୋରରୁ ଶୁଭ୍ରାଂଶୁ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଶୁଭ୍ରାଂଶୁଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।




