ଅଶାନ୍ତ ସୀମାନ୍ତ; ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ
ନୂଆପଡ଼ା:ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି । ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ମୈନପୁର ଥାନା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଯବାନମାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି ଏହି ସମୟରେ ଜଣେ ଯବାନ ଆହତ ହୋଇଛନ୍ତି । ହେଲେ ନିହତ ମାଓବାଦୀଙ୍କ ପରିଚୟ ମିଳିପାରିନହିଁ । ନୂଆପଡା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ରଙ୍କ ସୂଚନା ମୁତାବକ, ରବିବାର ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର […]
ନୂଆପଡ଼ା:ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି । ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ମୈନପୁର ଥାନା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଯବାନମାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି ଏହି ସମୟରେ ଜଣେ ଯବାନ ଆହତ ହୋଇଛନ୍ତି । ହେଲେ ନିହତ ମାଓବାଦୀଙ୍କ ପରିଚୟ ମିଳିପାରିନହିଁ ।
ନୂଆପଡା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ରଙ୍କ ସୂଚନା ମୁତାବକ, ରବିବାର ରାତିରୁ ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ଉଭୟ ଛତିଶଗଡ଼ ଓ ଓଡ଼ିଶା ପୋଲିସ ଏବଂ ସିଆରପିଏଫର ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା ।




