ଆନ୍ଦୋଳନରୁ ଓହରିଲେ ଅଗ୍ନିଶମ କର୍ମଚାରୀ
ଭୁବନେଶ୍ୱର : ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ I ଏସମା ଓ ବାଧ୍ୟତାମୂଳକ ଅବସର ଚେତାବନୀ ପରେ କାର୍ଯ୍ୟରେ ଯୋଗଦେବେ କହିଛନ୍ତି ଆନ୍ଦୋଳନ ରତ କର୍ମଚାରୀ I ଗତ ୨୧ ତାରିଖରୁ ଆନ୍ଦୋଳନ ରତ କର୍ମଚାରୀଙ୍କ ଉପରେ ଏସମା ଲାଗିଥିଲା I ଏବଂ ଏହାକୁ ୬ ମାସ ବଳବତ୍ତର ରହିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ସୂଚନାନୁସାରେ,ଦୁଇ ଦଫା ଦାବି ନେଇ ସମସ୍ତ ଅଗ୍ନିଶମ ସେବା କର୍ମଚାରୀମାନେ ଅନିର୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନରେ ବସିଥିଲେ […]
ଭୁବନେଶ୍ୱର : ଆନ୍ଦୋଳନ ପ୍ରତ୍ୟାହାର କଲେ ଅଗ୍ନିଶମ କର୍ମଚାରୀ I ଏସମା ଓ ବାଧ୍ୟତାମୂଳକ ଅବସର ଚେତାବନୀ ପରେ କାର୍ଯ୍ୟରେ ଯୋଗଦେବେ କହିଛନ୍ତି ଆନ୍ଦୋଳନ ରତ କର୍ମଚାରୀ I ଗତ ୨୧ ତାରିଖରୁ ଆନ୍ଦୋଳନ ରତ କର୍ମଚାରୀଙ୍କ ଉପରେ ଏସମା ଲାଗିଥିଲା I ଏବଂ ଏହାକୁ ୬ ମାସ ବଳବତ୍ତର ରହିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା I
ସୂଚନାନୁସାରେ,ଦୁଇ ଦଫା ଦାବି ନେଇ ସମସ୍ତ ଅଗ୍ନିଶମ ସେବା କର୍ମଚାରୀମାନେ ଅନିର୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନରେ ବସିଥିଲେ I ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ, ଆଗ୍ନିକ ଗାଡି ଚାଳକ ଓ ହାବିଲଦାର, ଓଡ଼ିଶା ପୋଲିସ ସିପାହୀ ଓ ହାବିଲଦାରଙ୍କ ଦରମା ଲେବଲ୍ ଓ ଭତ୍ତା ସହ ସମାନ କରିବା, ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜୀକରଣ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । I ପୂର୍ବରୁ ୨ ମାସ ଧରି କଳା ବ୍ୟାଚ ପରିଧାନ କରି କର୍ମଚାରୀ ମାନେ କାର୍ଯ୍ୟ କରୁଥିଲେ I ବର୍ତ୍ତମାନ ଦାବି ପୂରଣ ନହେବା ଯାଏଁ ଅହୋରାତ୍ର ଧାରଣାରେ ବସିବେ ବୋଲି କର୍ମଚାରୀ ମାନେ କହିଥିଲେ I କିନ୍ତୁ ଅଗ୍ନିସେବା ଏକ ଜରୁରୀକାଳୀନ ସେବା ହୋଇଥିବାରୁ ଏଥିରେ କୌଣସି ପ୍ରକାର ତ୍ରୁଟିକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର କହିବା ସହିତ ୬ ମାସ ପାଇଁ ଏସମା ଲାଗୁ କରିବାକୁ ଚେତାବନୀ ଦେଇଥିଲେ I




