ସ୍କୁଲ ବସ ଗୁଡିକରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା ନିୟମ ,ସମସ୍ତ ଆରଟିଓଙ୍କୁ ଚିଠି
ଭୁବନେଶ୍ୱର : ସ୍କୁଲ ବସ ଗୁଡିକରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା ନିୟମ I ରାଜ୍ୟର ସମସ୍ତ ସ୍କୁଲ ବସ ଗୁଡିକରେ ଅଗ୍ନି ନିରାପତ୍ତା ନିୟମକୁ ସଠିକ ଅନୁପାଳନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସ୍କୁଲ ବସ ଗୁଡିକରେ ନିୟମିତ ଅଗ୍ନି ନିରାପତ୍ତା ନିୟମ ଯାଞ୍ଚ ହେବ I ଏଥିରୁ ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା […]
ଭୁବନେଶ୍ୱର : ସ୍କୁଲ ବସ ଗୁଡିକରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା ନିୟମ I ରାଜ୍ୟର ସମସ୍ତ ସ୍କୁଲ ବସ ଗୁଡିକରେ ଅଗ୍ନି ନିରାପତ୍ତା ନିୟମକୁ ସଠିକ ଅନୁପାଳନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ସ୍କୁଲ ବସ ଗୁଡିକରେ ନିୟମିତ ଅଗ୍ନି ନିରାପତ୍ତା ନିୟମ ଯାଞ୍ଚ ହେବ I ଏଥିରୁ ଖିଲାପ କଲେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଲଗାଯିବାକୁ ପରିବହନ କମିସନର୍ ସମସ୍ତ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମ୍ଭିଆର) ୧୯୮୯ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ । ସ୍କୁଲ ବସରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିୟମ ଜାରି କରାଯାଇଛି I
ଅଗ୍ନି ନିରାପତ୍ତା ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ସେ ସଂପର୍କରେ ବିଭିନ୍ନ ସମୟରେ ରାଜ୍ୟ ପରିବହନ ପ୍ରାଧୂକରଣ ପଦକ୍ଷେପ ଗ୍ରହଣ କରି ଆସିଥିବାବେଳେ ଆଗକୁ ଏହାକୁ ଅଧିକ ବ୍ୟାପକ କରିବାକୁ ନିଷ୍ପରି ହୋଇଛି । ସ୍କୁଲ ବସ୍ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ । କୌଣସି ସ୍କୁଲ ବସ୍ ଏହାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ କମିସନର କମିସନର ନିର୍ଦ୍ଦେଶ ଦେଇଛନ୍ତି ।




