ସାରା ରାଜ୍ୟରେ ଅଗ୍ନି ବର୍ଷା,ସକାଳ ୮ ଟା ସୁଦ୍ଧା ତାଳଚେର ସବୁଠାରୁ ଉତପ୍ତ ସହର

ଭୁବନେଶ୍ୱର : ସାରା ରାଜ୍ୟରେ ଚାଲିଛି ଅଗ୍ନି ବର୍ଷା I ୨ ଦିନ ମଧ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ I ଗତ ୨ ଦିନ ଧରି ସକାଳୁ ସକାଳୁ ଆରମ୍ଭ ହେଇ ଯାଉଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା […]

Samaya Live Picture
Published On

ଭୁବନେଶ୍ୱର : ସାରା ରାଜ୍ୟରେ ଚାଲିଛି ଅଗ୍ନି ବର୍ଷା I ୨ ଦିନ ମଧ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ I ଗତ ୨ ଦିନ ଧରି ସକାଳୁ ସକାଳୁ ଆରମ୍ଭ ହେଇ ଯାଉଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ ୩୫ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ଗତ କାଲି ମଧ୍ୟ ସକାଳ ୮ ଟା ସୁଦ୍ଧା ତାଳଚେର ସବୁଠାରୁ ଉତପ୍ତ ସହର ଥିଲା I ତେବେ ଦିନର ତାପମାତ୍ରା ଅନୁସାରେ ରାଜଧାନୀ ଭୁବନେଶ୍ୱର ୪୩.୬ ଡିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତପ୍ତ ସହର ପାଲଟି ଥିଲା I ପ୍ରବଳ ଗୁଳୁଗୁଳି ବଢ଼ୁଥିବାରୁ ଅଂଶୁଘାତର ଆଶଙ୍କା ଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ I

ସେହିପରି ଆଜି ତାଳଚେର ପରେ ଭବାନୀପାଟଣାରେ ୩୪.୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଟିଟିଲାଗଡ଼ର ୩୩ .୩ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ତାପମାତ୍ରା ଅଧିକ ଥିଲେ ବି ଆଜି ଆଦ୍ରତାର ମାତ୍ରା ଅଧିକ ହେତୁ ଅନୁଭୂତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ପାଣିପାଗ ବିଭାଗ କହିଛି। ସେହିପରି ବାଲେଶ୍ୱର ୩୨.୨, ଭୁବନେଶ୍ୱର ୩୧.୮ ଡିଗ୍ରୀ ତାପମାତ୍ରା ରହିଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଅସହ୍ୟ ତାତିରେ ଆଉଟ ପାଉଟୁ ହେଉଛନ୍ତି ଲୋକେ । ଅନ୍ୟପଟେ ଆହୁରି ୪୮ ଘଣ୍ଟା ନିର୍ଘାତ ତାତି ସହ ଗୁଳୁଗୁଳି ବଢିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି I

Tags: