କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ନିକଟରେ ଅଗ୍ନିକାଣ୍ଡ

କଟକ: ଚାନ୍ଦିନୀ ଚୌକରେ ଥିବା ସବରେଜିଷ୍ଟ୍ରାଟ ଅଫିସ ପାଖରେ ଆଜି ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଅଫିସ ପାଖରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଥିଲା I ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ଆହତ ଙ୍କୁ ଏସସିବି ମେଡିକାଲ ରେ ଭର୍ତ୍ତି କରାଯାଇଛି I ଘଟଣାସ୍ଥଳରେ ୨ଟି ଦମକଳ ପହଁଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚଳାଇଛି । ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା […]

Samaya Live Picture
Published On

କଟକ: ଚାନ୍ଦିନୀ ଚୌକରେ ଥିବା ସବରେଜିଷ୍ଟ୍ରାଟ ଅଫିସ ପାଖରେ ଆଜି ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଅଫିସ ପାଖରେ ଥିବା ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଥିଲା I ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ଆହତ ଙ୍କୁ ଏସସିବି ମେଡିକାଲ ରେ ଭର୍ତ୍ତି କରାଯାଇଛି I ଘଟଣାସ୍ଥଳରେ ୨ଟି ଦମକଳ ପହଁଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚଳାଇଛି ।

ତେବେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବାର କାରଣ ପାଇଁ ତଦନ୍ତ ଜାରି ରହିଛି । ଯାହା ଅନୁମାନ କରାଯାଉଛି ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି Iନିଆଁକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆୟତ୍ତ କରାଯାଇ ନାହିଁ କିନ୍ତୁ କିଛି ସମୟ ପରେ ଆୟତ୍ତ କରାଯିବ ବୋଲି ଦମକଳ ବାହିନୀର ଚିଫ୍ ସୂଚନା ଦେଇଛନ୍ତି । ସବରେଜିଷ୍ଟ୍ରାଟ ଅଫିସ ନିକଟରେ ଥିବା ଅନ୍ୟାନ୍ୟ ଅଫିସ ବ୍ୟାଙ୍କ ଏବଂ ସ୍କୁଲରେ ନିଆଁ ଲାଗିବା କଥା ଅସ୍ପଷ୍ଟ ରହିଛି ।

Tags: