ବିବେକ ଏକ୍ସପ୍ରେସ ରେ ନିଆଁ
ବ୍ରହ୍ମପୁର : ପୁଣି ଟ୍ରେନରେ ଲାଗିଲା ନିଆଁ I ଅଳ୍ପକେ ବର୍ତିଛନ୍ତି ଯାତ୍ରୀ I କନ୍ୟା କୁମାରୀ -ଡିବୃ ଗଡ଼ ବିବେକ ଏକ୍ସପ୍ରେସ ଟ୍ରେନ ଟି ବ୍ରହ୍ମପୁର ଷ୍ଟେସନ ଛାଡିବାର ଅଳ୍ପ କେଇ ମିନିଟ ପରେ ଧୂଆଁ ବାହାରୁଥିବାର ଦେଖା ଯାଇଥିଲା I ଫଳରେ ଯାତ୍ରୀ ମାନେ ଭୟଭୀତ ହୋଇ କମାପଲ୍ଲୀ ଓଭର୍ ବ୍ରିଜ୍ ଉପରେ ଏହାର ଚେନ ଟାଣିଦେଇ ଟ୍ରେନକୁ ଅଟକାଇଥିଲେ I ୧୦ ନମ୍ବର ବଗିର ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଓହ୍ଲାଇ ପଡ଼ିଥିଲେ […]
ବ୍ରହ୍ମପୁର : ପୁଣି ଟ୍ରେନରେ ଲାଗିଲା ନିଆଁ I ଅଳ୍ପକେ ବର୍ତିଛନ୍ତି ଯାତ୍ରୀ I କନ୍ୟା କୁମାରୀ -ଡିବୃ ଗଡ଼ ବିବେକ ଏକ୍ସପ୍ରେସ ଟ୍ରେନ ଟି ବ୍ରହ୍ମପୁର ଷ୍ଟେସନ ଛାଡିବାର ଅଳ୍ପ କେଇ ମିନିଟ ପରେ ଧୂଆଁ ବାହାରୁଥିବାର ଦେଖା ଯାଇଥିଲା I ଫଳରେ ଯାତ୍ରୀ ମାନେ ଭୟଭୀତ ହୋଇ କମାପଲ୍ଲୀ ଓଭର୍ ବ୍ରିଜ୍ ଉପରେ ଏହାର ଚେନ ଟାଣିଦେଇ ଟ୍ରେନକୁ ଅଟକାଇଥିଲେ I ୧୦ ନମ୍ବର ବଗିର ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଓହ୍ଲାଇ ପଡ଼ିଥିଲେ I ଏହି ସମୟରେ ଯାଞ୍ଚରୁ ଜଣାପଡିଥିଲା ଟ୍ରେନ୍ର ଚକା ଜାମ୍ ହେବାରୁ ବ୍ରେକ ସୁ’ ରୁ ଧୂଆଁ ବହାରିବାରୁ ଯାତ୍ରୀ ଛାନିଆ ହୋଇ ପଡ଼ିଥିଲେ। ରେଳ କର୍ମଚାରୀମାନେ ଟ୍ରେନ୍ରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଆଣି ଧୂଆଁ ବାହାରୁଥିବା ସ୍ଥାନରେ ସ୍ପ୍ରେ କରିବା ପରେ ନିଆଁ ଲିଭିଥିଲା। ଏହାପରେ ଅପରାହ୍ଣ ପ୍ରାୟ ୧.୫୦ରେ ଟ୍ରେନ୍ ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।




