ପୁରୀ ଷ୍ଟେସନ କୋଚିଂ ଏସି ବଗିରେ ନିଆଁ

ପୁରୀ : ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଟ୍ରେନ ବଗିରେ ଲାଗିଲା ନିଆଁ । କୋଚିଂ ଡିପୋରେ ଟ୍ରେନର ଏକ ଏସି ବଗି ମରାମତି ପାଇଁ ରହିଥିବା ବେଳେ ନିଆଁ ଲାଗିଥିବା ଜଣାପଡିଛି । ଆଜି ଦିନ ୧୨ଟା ୨୫ ପରେ ନିଆଁ ଲାଗିଥିବା ସୂଚନା । ବଗି ଇଲେକ୍ଟ୍ରି ୱେଲଡିଂ କାମ ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି I ନିଆଁ ଲାଗିବା ଦ୍ୱାରା ଷ୍ଟେସନ ଅଞ୍ଚଳ […]

Samaya Live Picture
Published On

ପୁରୀ : ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଟ୍ରେନ ବଗିରେ ଲାଗିଲା ନିଆଁ । କୋଚିଂ ଡିପୋରେ ଟ୍ରେନର ଏକ ଏସି ବଗି ମରାମତି ପାଇଁ ରହିଥିବା ବେଳେ ନିଆଁ ଲାଗିଥିବା ଜଣାପଡିଛି । ଆଜି ଦିନ ୧୨ଟା ୨୫ ପରେ ନିଆଁ ଲାଗିଥିବା ସୂଚନା । ବଗି ଇଲେକ୍ଟ୍ରି ୱେଲଡିଂ କାମ ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି I ନିଆଁ ଲାଗିବା ଦ୍ୱାରା ଷ୍ଟେସନ ଅଞ୍ଚଳ ଧୂଆଁ ମୟ ହୋଇଉଠିଥିଲା । ଏନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି I ପୂର୍ବରୁ ମଧ୍ୟ ବହୁଥର ଟ୍ରେନରେ ନିଆଁ ଲାଗିଥିବା ନଜିର ରହିଛି I ନିଆଁ ଲାଗିବାର କାରଣ ସଠିକ ଜଣାପଡ଼ିନାହିଁ I

Tags: