ପାସେଞ୍ଜର ଟ୍ରେନରେ ନିଆଁ
ପୁରୀ : ପାସେଞ୍ଜର ଟ୍ରେନରେ ନିଆଁ । ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି । ମାଳତୀପାଟପୁର ହୁଳହୁଳିଆ ପୋଲ ଉପରେ ନିଆଁଲାଗିଥିବା ଜଣା ପଡିଥିଲା I ବ୍ରେକ ଘଷି ହୋଇ ନିଆଁଲାଗିଥିବା ସୂଚନା ମିଳିଛି । ଟ୍ରେନ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା ଲୋକେ ଦେଖିବା ପରେ ଅଟକିଥିଲା ଟ୍ରେନ୍। ପରେ ଟ୍ରେନରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ତୁରନ୍ତ ବୈଷୟିକ ଟିମ୍ ପହଞ୍ଚି ଯାଞ୍ଚ କରିବା ସହ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି […]
ପୁରୀ : ପାସେଞ୍ଜର ଟ୍ରେନରେ ନିଆଁ । ଅନୁଗୁଳ-ପୁରୀ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି । ମାଳତୀପାଟପୁର ହୁଳହୁଳିଆ ପୋଲ ଉପରେ ନିଆଁଲାଗିଥିବା ଜଣା ପଡିଥିଲା I ବ୍ରେକ ଘଷି ହୋଇ ନିଆଁଲାଗିଥିବା ସୂଚନା ମିଳିଛି । ଟ୍ରେନ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା ଲୋକେ ଦେଖିବା ପରେ ଅଟକିଥିଲା ଟ୍ରେନ୍। ପରେ ଟ୍ରେନରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ତୁରନ୍ତ ବୈଷୟିକ ଟିମ୍ ପହଞ୍ଚି ଯାଞ୍ଚ କରିବା ସହ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ତେବେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।




