କାରଖାନାରେ ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
କାରଖାନାରେ ନିଆଁ ଲାଗି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ଜଳି ଯାଇଥିବା ସୂଚନା ମିଳିଛି । ଗଞ୍ଜାମ ହିଂଜିଳି ଥାନା ଅନ୍ତର୍ଗତ ଆଙ୍କୋରଡ଼ାରେ ଥିବା ଏକ ହିଟର ବେସ ତିଆରି କାରଖାନାରେ ସକାଳୁ ସକାଳୁ ନିଆଁ ଲାଗିଯାଇଥିଲା । ଯାହାଫଳରେ ଦୁଇଟି ଗାଡ଼ି ସମେତ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଯାଇଥିବା ଜଣା ପଡିଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ସୂଚନା ଅନୁସାରେ ଘଟଣାସ୍ଥଳରେ ସେରଗଡ଼, ହିଂଜିଳି ଓ ବ୍ରହ୍ମପୁର ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ସେହିଭଳି ଏହି ନିଆଁରେ ସ୍ଥାନୀୟ ଅଞ୍ଚଳର ଅନ୍ୟ କିଛି ସ୍ଥାନ ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ରହିଛି ।
Tags:




