ଦିବ୍ରୁଗଡ଼ – କନ୍ୟାକୁମାରୀ ଏକ୍ସପ୍ରେସରେ ନିଆଁ
ଭଦ୍ରକ : ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । ଭଦ୍ରକ ଜିଲ୍ଲା ରମ୍ଭିଳା ନିକଟରେ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ରେଳ କର୍ମଚାରୀଙ୍କ ଦ୍ୱାରା ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି। ବ୍ରେକ୍ ବାଇଣ୍ଡିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ । ସୂଚନାନୁସାରେ,ବିବେକ ଏକ୍ସପ୍ରେସ ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା। ଆଜି ସକାଳେ ରାଣୀତାଲ ନିକଟରେ ଟ୍ରେନର ଏକ ବଗିରୁ ଧୂଆଁ ବାହାରୁଥିବା ଗେଟ୍ କିପର ଦେଖିଥିଲେ । […]
ଭଦ୍ରକ : ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । ଭଦ୍ରକ ଜିଲ୍ଲା ରମ୍ଭିଳା ନିକଟରେ ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ରେଳ କର୍ମଚାରୀଙ୍କ ଦ୍ୱାରା ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି। ବ୍ରେକ୍ ବାଇଣ୍ଡିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି । ଏଥିରେ କାହାର କିଛି କ୍ଷତି ହୋଇନାହିଁ ।
ସୂଚନାନୁସାରେ,ବିବେକ ଏକ୍ସପ୍ରେସ ଦିବ୍ରୁଗଡ଼ରୁ କନ୍ୟାକୁମାରୀ ଯାଉଥିଲା। ଆଜି ସକାଳେ ରାଣୀତାଲ ନିକଟରେ ଟ୍ରେନର ଏକ ବଗିରୁ ଧୂଆଁ ବାହାରୁଥିବା ଗେଟ୍ କିପର ଦେଖିଥିଲେ । ରମ୍ଭିଳା ନିକଟରେ ଫାଟକ ଜଗୁଆଳି ଏହା ଦେଖିବା ପରେ ଟ୍ରେନକୁ ଅଟକାଯାଇଥିଲା । ଖବର ପାଇ ରେଳ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରାୟ ୨୦ ମିନିଟ ପର୍ଯ୍ୟନ୍ତ ନିଆଁଲିଭା କାର୍ଯ୍ୟ ଚାଲିଥିଲା । ଏହା ପରେ ସ୍ଥିତି ସ୍ଵାଭାବିକ ହେବାରୁ ଟ୍ରେନଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରିଥିଲା ।
ତେବେ ପୂର୍ବତଟ ରେଳବାଇ ସୂଚନାନୁସାରେ ଟ୍ରେନରେ ଅଗ୍ନିକାଣ୍ଡ ନୁହେଁ ବ୍ରେକ୍ ବାଇଣ୍ଡିଂ ହୋଇଥିଲା । ସ୍ଲିପର କୋଚରେ ବ୍ରେକ୍ ବାଇଣ୍ଡିଂ ସମସ୍ୟା ହୋଇଥିଲା । ୨୦ ମିନିଟ ମଧ୍ୟରେ ସମସ୍ୟାର ସମାଧାନ କରାଯାଇ ଟ୍ରେନ ଗନ୍ତବ୍ୟ ସ୍ଥଳରେ ଯାଇଛି ।




