କୋଇଲା ବୋଝେଇ ଟ୍ରେନରେ ନିଆଁ

କଣ୍ଟାବାଞ୍ଜି : କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଛି । ତେବେ ବର୍ତ୍ତମାନ ନିଆଁ ଲେବର କାରଣ ଅସ୍ପଷ୍ଟ ରହିଥିବାବେଳେ କ୍ଷୟକ୍ଷତିର ଆକଳନ କରାଯାଇ ପାରିନାହିଁ । ଟ୍ରେନଟି ରାୟପୁରରୁ ବିଶାଖାପାଟଣା ଯାଉଥିବା ବେଳେ ତୁରକେଲା ଷ୍ଟେସନରେ କୋଇଲା ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ଏନେଇ ତୁରେକେଲାର ଷ୍ଟେସନ ମାଷ୍ଟର ନିଆଁ ଲାଗିଯାଇଥିବା ସମ୍ପର୍କରେ ସୂଚନା […]

Samaya Live Picture
Published On

କଣ୍ଟାବାଞ୍ଜି : କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ନିକଟରେ ଏକ ଚଳନ୍ତା କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଛି । ତେବେ ବର୍ତ୍ତମାନ ନିଆଁ ଲେବର କାରଣ ଅସ୍ପଷ୍ଟ ରହିଥିବାବେଳେ କ୍ଷୟକ୍ଷତିର ଆକଳନ କରାଯାଇ ପାରିନାହିଁ । ଟ୍ରେନଟି ରାୟପୁରରୁ ବିଶାଖାପାଟଣା ଯାଉଥିବା ବେଳେ ତୁରକେଲା ଷ୍ଟେସନରେ କୋଇଲା ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ଏନେଇ ତୁରେକେଲାର ଷ୍ଟେସନ ମାଷ୍ଟର ନିଆଁ ଲାଗିଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି । ଷ୍ଟେସନ ମାଷ୍ଟର ନିଆଁ ଲାଗିବା ସମ୍ପର୍କରେ,କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେଇଥିଲେ। ଟ୍ରେନଟି କଣ୍ଟାବାଞ୍ଜି ଷ୍ଟେସନ ପହଞ୍ଚିବା ପରେ ହିଁ ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିବା ନେଇ ଚେଷ୍ଟା ଜାରି ରଖିଛନ୍ତି । ନିଆଁକୁ ଆୟତ୍ତ କରିବା ପରେ ଅନ୍ୟ ବଗି ମାନଙ୍କରେ ଚାଲିଛି ଯାଞ୍ଚ ।

Tags: