ବାଲେଶ୍ୱର ମେଡିକାଲ କଲେଜ ମେଡିସିନ ୱାର୍ଡରେ ଅଗ୍ନିକାଣ୍ଡ

ବାଲେଶ୍ୱର : ବାଲେଶ୍ୱର ମେଡିକାଲରେ ନିଆଁ । ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ କେମୋ ୱାର୍ଡରେନିଆଁ ଲାଗିଥିବା ଜଣାପଡିଛି । ପ୍ରଥମ ମହଲା ମେଡିସିନ ୱାର୍ଡର AC ରୁ ସର୍ଟ ସର୍କିଟ ହୋଇଥିଲା । ଏଥିରେ ପ୍ରବଳ ଧୂଆଁ ବାହାରିବା ସହ ପୋଡା ଗନ୍ଧ ହେବାରୁ ରୋଗୀମାନେ ଭୟଭୀତ ହୋଇ ୱାର୍ଡ ବାହାରକୁ ଚାଲି ଆସିଥିଲେ ଏହା ପରେ ପୂରା ଅଞ୍ଚଳ ଧୂଆଁରେ ଭରି ଯାଇଥିଲା । ଖବର ପାଇ ତୁରନ୍ତ ଦମକଳ ବାହିନୀ […]

Samaya Live Picture
Published On

ବାଲେଶ୍ୱର : ବାଲେଶ୍ୱର ମେଡିକାଲରେ ନିଆଁ । ଫକିର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ କେମୋ ୱାର୍ଡରେନିଆଁ ଲାଗିଥିବା ଜଣାପଡିଛି । ପ୍ରଥମ ମହଲା ମେଡିସିନ ୱାର୍ଡର AC ରୁ ସର୍ଟ ସର୍କିଟ ହୋଇଥିଲା । ଏଥିରେ ପ୍ରବଳ ଧୂଆଁ ବାହାରିବା ସହ ପୋଡା ଗନ୍ଧ ହେବାରୁ ରୋଗୀମାନେ ଭୟଭୀତ ହୋଇ ୱାର୍ଡ ବାହାରକୁ ଚାଲି ଆସିଥିଲେ
ଏହା ପରେ ପୂରା ଅଞ୍ଚଳ ଧୂଆଁରେ ଭରି ଯାଇଥିଲା । ଖବର ପାଇ ତୁରନ୍ତ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିବା ସହ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଆରମ୍ଭ କରିଛି। ଏହି ଘଟଣାରେ ରୋଗୀ ଓ ସମ୍ପର୍କିୟଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟର ବାତାବରଣ ସୃଷ୍ଟି ହୋଇଛି ।

Tags: